• Thu. Sep 10th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏଥର ହିତାଧିକାରୀ ଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା

Spread the love

ନିର୍ବାଚନ ସମୟରେ ବିଜେପି ଦେଇଥିବା ଭତ୍ତା ପ୍ରତିଶ୍ରୁତିର କିଛି ଅଂଶ ପୂରଣ ହେବାକୁ ଯାଉଛି । ସରକାରକୁ ଆସିବା ପରେ ଭତ୍ତା ପ୍ରତିଶ୍ରୁତିର କିଛି ଅଂଶ ପୂରଣ କରିଛି ବିଜେପି । ଏହି କ୍ରମରେ ଆଜି ରାଜ୍ୟର ବୟସ୍କ ଓ ଭିନ୍ନକ୍ଷମଙ୍କୁ ମିଳିବାକୁ ଯାଉଛି ୩୫ ଶହ ଟଙ୍କା ଭତ୍ତା ।

ଆଜିଠୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ୩୫ ଶହ ଟଙ୍କା ଭତ୍ତା । ସେହିପରି ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବି ଉପକୃତ ହେବେ ।

ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା ପ୍ରଦାନ କରାଯିବ । ଏହାଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତରେ ଥିବା ବେଳେ ଏହି ଯୋଜନାର ଶୁଭାରମ୍ଭ କରିବେ । ଗତ ୩ ତାରିଖରେ ଏନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା ।

Leave a Reply

Your email address will not be published. Required fields are marked *