ହଁ ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ସ୍କୁଲ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ବିଭାଗ ନୂଆ ବ୍ୟବସ୍ଥା ଆଣିଥିବା ବେଳେ ଏବେ ମଧ୍ୟହ୍ନ ଭୋଜନକୁ ନେଇ ଆଉ ଏକ ତଥ୍ୟ ଆଣିଛନ୍ତି ସରକାର । ଯାହାଫଳରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ପ୍ରତି ଆଗ୍ରହ ବଢି ପାରେ ବୋଲି ଅନୁମାନ କରାଯାଉଛି । ଆପଣ ମାନେ ସମସ୍ତେ ଜାଣନ୍ତି ମଧ୍ୟାହ୍ନ ଭୋଜନ ଦବା ଫଳରେ ପିଲାଙ୍କୁ ପୋଷଣ ମିଳିବା ସହ ବିଦ୍ୟାଳୟ ଯିବା ପ୍ରତି ଆଗ୍ରହ ବଢୁଥିଲା । ଆଉ ଏବେ ପୁଣି ଥରେ ମଧ୍ୟାହ୍ନ ଭୋଜନରେ କ୍ଷୀର ମିଳିବ ବୋଲି ଜାଣଇବାକୁ ମିଳିଛି । ସୂଚନା ଅନୁସାରେ ଏଥର ଛାତ୍ରଛାତ୍ରୀଙ୍କୁ ୨୦୦ଏମ୍ଏଲ୍ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ତୋବୋ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଏମ୍ଏଲ୍ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ପିଲାଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ । ଏହା ସହ ମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି ।