• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କଏଦୀ ମାନଙ୍କୁ ମିଳିବ ୨୦, ୦୦୦ ଭର୍ତ୍ତା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଓଡିଶା ରାଜ୍ୟ ସରକାରଙ୍କ ନିର୍ଦେଶାନୁଯାୟୀ ଭଦ୍ରକ ପଞ୍ଚାୟତ ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଟାଉନହଲ ରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟ ପାଈଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା କେଉଁଝର ଠାରେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ଏଠାରେ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳ ଦିଲୀପ ରାଉରାଏଙ୍କ ଅଧକ୍ଷତାରେ ଏକ ସାଧାରଣ ସଭା ଓ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ବ୍ଲକ ଅଧକ୍ଷ୍ୟା ଉର୍ମିଳl ନାୟକ, ଭଦ୍ରକ ବି.ଡି.ଓ ସୀତାକାନ୍ତରାଉତ ଓ ସଂଯୋଜକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ଯୋଗ ଦେଇଥିଲେ ।
ଭତ୍ତା ବାଣ୍ଟିବା ଆରମ୍ଭ ଦିବସ ପ୍ରତି ମାସର ୧୫ ତାରିଖ କୁ ଜନ ସେବା ଦିବସ ଭାବେ ବିବେଚିତ କରାଯାଇଛି । ନବ ବର୍ଷର ପ୍ରଥମ ଜନ ସେବା ଦିବସ ଭାବେ ଜାନୁଆରୀ ୧୫ ରେ ସରକାରଙ୍କ ଘୋଷଣା ଅନୁଯାୟୀ ଅତିଥିମାନଙ୍କ ଦ୍ଵାରା କାର୍ଯ୍ୟକ୍ରମରେ ଉପସ୍ଥିତ ଯୋଗ୍ୟ ହିତାଧିକାରୀମାନଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରଯାଇଥିଲା । ସୂଚନା ଯୋଗ୍ୟକି ୮୦ ବର୍ଷ ବୟସ ବା ତହିଁରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକ ଓ ୮୦% ବା ତହିଁରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗ ମାନଙ୍କୁ ବର୍ଦ୍ଧିତ ଭତ୍ତା ୩ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଗଲା । ଏହି ଭତ୍ତା ସେମାନଙ୍କୁ ପୂର୍ବରୁ ୧୨ ଶହ ଟଙ୍କା ଲେଖାଏଁ ମିଳୁଥିଲା । ପ୍ରକାଶ ଥାଉ କି ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ମିଶି ସମୁଦାୟ ୧୫,୩୨୯ ଜଣ ଏହି ବର୍ଦ୍ଧିତ ଭତ୍ତା ପାଇବା ପାଈଁ ଅନୁମୋଦିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୮୦ ବର୍ଷ ବା ତହିଁରୁ ଊର୍ଦ୍ଧ୍ଵ ବଯସର ୭,୩୬୮ ଜଣ, ୮୦% ବା ତହିଁରୁ ଊର୍ଦ୍ଧ୍ଵ ଦିବ୍ୟା ଙ୍ଗ ବର୍ଗର ୪୧୦ ଜଣ ଏବଂ ମଧୁବାବୁ ଭତ୍ତା ଯାଜନାରେ ୮୦ ବର୍ଷ ବା ତହିଁରୁ ଊର୍ଦ୍ଧ୍ଵ ବୟସର ୬,୬୨୯ ଜଣ, ୮୦% ବା ତହିଁରୁ ଊର୍ଦ୍ଧ୍ଵ ଦିବ୍ୟା ଙ୍ଗ ବର୍ଗର ୯୨୨ ଜଣ ଏହି ବର୍ଦ୍ଧିତ ଭତ୍ତା ପାଇବାପାଈଁ ତାଲିକା ଭୁକ୍ତ ହୋଇଛନ୍ତି ।ସମ୍ପୃକ୍ତ ଏହି ସମସ୍ତ ବର୍ଗରେ ୧୩-୦୧-୨୦୨୫ ସୁଧା ଜିଲ୍ଲାର ବାକିଥିବା ୭୦୨୪ ଜଣଙ୍କୁ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ ପାଈଁ ଅତିରିକ୍ତ ଆବଶ୍ୟକ ଅର୍ଥ ପ୍ରଦାନ ପାଈଁ ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି । ଭତ୍ତା ପାଉଥିବା ହିତାଧିକାରୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି,ସମ୍ପୃକ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ । ଭଦ୍ରକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟଜିତ ବେହେରା ଏବଂ ଅନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନରେ ଅନୁସାଙ୍ଗିକ ସହଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *