ଦର୍ଶକ ବନ୍ଧୁ ପ୍ରେମ ଏକ ଅମୁଲ୍ୟ ସମ୍ପର୍କ ହେଲେ ସେଇ ପ୍ରେମ ଯେବେ ପାଗଳାମୀକୁ ଚାଲି ଆସେ ସେବେ ଜୀବନ ପାଇଁ କାଳ ସାଜି ଯାଏ । ଆଉ ଆଜି କାଲି ସମୟରେ ପ୍ରେମର ମାନେ ବିବାହ ନ ହୋଇ କେବଳ ସାଥିରେ ରହିବା ଯାଏ ସୀମିତ ହୋଇ ରହି ଯାଇଛି । ଠିକ୍ ଯେମିତି ସଞ୍ଜୟ ଆଉ ପିଙ୍କି । ସାଥିରେ ଥିବା ସମୟରେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଯେବେ ବିବାହ ପାଇଁ କଥା ଆସିଲା ସେବେ ପ୍ରେମିକ ସଞ୍ଜୟ ପ୍ରେମିକା ପ୍ରିୟଙ୍କା ପାଇଁ କାଳ ସାଜିଗଲା । ହଁ ଆଜ୍ଞା ସୂଚନା ଅନୁସାରେ ସଞ୍ଜୟ ନାମକ ଯୁବକ ପିଙ୍କି ନାମକ ଏହି ଯୁବତୀକୁ କୁ ଦୀର୍ଘ ବର୍ଷ ଧରି ପ୍ରେମ କରୁଥିଲା । ଖାଲି ଏତିକି ନୁହେଁ ସଞ୍ଜୟ ପିଙ୍କି ସହ କୁଆଡେ ପାଞ୍ଚ ବର୍ଷ କାଳ ଏକା ସହିତ ଗୋଟେ ଘର ମଧ୍ୟ ରହୁଥିଲା । ହେଲେ ଅଚାନକ ପିଙ୍କି ସଞ୍ଜୟକୁ ବିବାହ ପାଇଁ କହିବାରୁ ସଞ୍ଜୟ ମୁଣ୍ଡ ବିଗିଡୀ ୟାଇଥିଲା । ଆଉ ପିଙ୍କିକୁ ଜୀବନରୁ ମାରି ଦେଇ ଫ୍ରିଜ୍ ରେ ରଖି ଫେରାର ହେଇଗଲା । କିଛି ଦିନ ପରେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପାଖ ପଡୋଶୀ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଶବକୁ ଉଦ୍ଧାର କରିବା ପରେ ସମ୍ପୂର୍ଣ୍ଣ କଥା ସାମ୍ନାକୁ ଆସିଥିଲେ । ତେବେ ଏଭଳି ଏକ ଘଟଣା ରାଜସ୍ଥାନରେ ଘଟିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି ।