• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପଂଚାୟତ ପ୍ରିମିୟର ଲିଗ 2025 ଗୋବିନ୍ଦପୁରରେ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଟକ ଜିଲ୍ଲା ଗୋବିନ୍ଦପୁର ପଂଚାୟତ ରେ ମା ଜିରାଦେଇ କ୍ରିକେଟ କ୍ଳବ, ଗୋବିନ୍ଦପୁର, ରେ ଦୁଇଦିନ ଧରି ବଡ଼ ଧୂମଧାମରେ ପାଳନ ହୋଇଯାଇଛି,ପ୍ରଥମ ଦିନର ଖେଳ କୁ ଗୋବିନ୍ଦପୁର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦାଶ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଧଘାଟନ କରିଥିଲେ,ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବନ୍ଧୁତାପୁର୍ଣ ଭାବନା ନେଇ ଖେଳିବାକୁ ଅଧ୍ୟକ୍ଷ ସାର ପରାମର୍ଶ ଦେଇଥିଲେ,ଏହି ଟୁର୍ନାମେଣ୍ଟ ରେ 8 ଟି ଟିମ ଅଂଶଗ୍ରହଣ କରିଥିଲେ,ସବୁ ଟିମ ର ଖେଳ ବହୁ ଉଚ୍ଚ କୋଟିର ଥିଲା,ଫାଇନାଲ ଖେଳ ତରଡ଼ପଡା ଟାଇଗର ଓ ଗୋପାଳପୁର ଲାୟନ ମଧ୍ୟରେ ହୋଇଥିଲା,ପୂର୍ବ ବର୍ଷ ର ବିଜେତା ଟିମ ତରଡ଼ପଡା ଟାଇଗର ଟିମକୁ ଚିତାକର୍ଷକ ଖେଳ ଦ୍ୱାରା ଗୋପାଳପୁର ଲାୟନ ଟିମ ର ଖେଳାଳୀ ପରାସ୍ତ କରି ଚଳିତ ବର୍ଷ ର ଟ୍ରଫି ହାସଲ କରିଥିଲା,ବିଜେତା ଟିମକୁ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା,ଉପ ବିଜେତା ଟିମକୁ ମଧ୍ୟ୍ୟ ଟ୍ରଫି ଓ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା,ଉଭୟ ଟିମ ର ଖେଳାଳି ମାନଙ୍କୁ ମଧ୍ୟ୍ୟ ଅନୁଷ୍ଠାନ ତରଫରୁ ଟ୍ରଫି ଦିଆଯାଇ ଉତ୍ସାହିତ କରାଯାଇଥିଲା,ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ମାନେ ହେଲେ ସମାଜସେବୀ ମନୋଜ ଦାଶ,ଲାଲଟେନ୍ଦୁ ପାତ୍ର,ସ୍ମୁତିମୟ ନାୟକ,ରଞ୍ଜିତ ମୁଦୁଲି,ମୀନକେତନ ରାଉତରାୟ, ସମୀର ଦାଶ, ଏବଂ ଏହି ଦୁଇ ଦିନର ଖେଳକୁ ମା ଜିରା ଦେଇ କ୍ରିକେଟ କ୍ଳବ ଗୋବିନ୍ଦପୁର ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ …

Leave a Reply

Your email address will not be published. Required fields are marked *