• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୋଖରୀରେ_ବୁଡି_ଜଣେ_ମୃତ

Spread the love

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ପଞ୍ଚାୟତ ଗୋପିନାଥ ପୁର ଗ୍ରାମର ପୋଖରି ରେ ବୁଡି ଜଣ ଙ୍କ ର ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ ଗୋପିନାଥ ପୁର ଗ୍ରାମର କାଉଁରୀ ବନ୍ଧୁ ଖିଲାର ଙ୍କ ପୁଅ ସତ୍ୟାନନ୍ଦ ଖିଲାର (୪୮) । ସୂଚନା ଯେ, ଗତ କାଲି ଗୋପିନାଥ ପୁର ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଙ୍କ ସହ ସତ୍ୟାନନ୍ଦ ଖିଲାର ବି ମଧ୍ୟ ଗ୍ରାମ ଶ୍ମଶାନ କୁ ଶବ ଦାହ କରିବା ପାଇଁ ଯାଇଥିଲେ। ସତ୍ୟାନନ୍ଦ ଘର କୁ ଫେରିବା ପୂର୍ବରୁ ପୋଖରି ରେ ଗାଧୋଇ କି ଘର କୁ ଯିବା ପାଇଁ ନିଷ୍ପତ୍ତି କରି ପୋଖରି ହୁଡ଼ା ରେ ଚପଲ ଏବଂ ଗଞ୍ଜି ରଖି ପାହାଚ ଉପରେ ଗାଧୋଇ ବା ବେଳେ ଗୋଡ ଖସି ଯାଇଥିଲା। ଯାହା ଫଳରେ ପୋଖରି ପାଣିରେ ବୁଡି ଯାଇଥିଲେ ସତ୍ୟାନନ୍ଦ। ସତ୍ୟାନନ୍ଦ ଙ୍କ ପୁଅ ଏବଂ ସ୍ତ୍ରୀ ଖୋଜିବା କୁ ପୋଖରି ନିକଟକୁ ଆସି ଦେଖିଲା ବେଳକୁ ପୋଖରି ହୁଡ଼ା ଉପରେ ଚପଲ ଏବଂ ଗଞ୍ଜି ରହିଛି। ସଙ୍ଗେ ସଙ୍ଗେ ଅନୁଗୋଳ ଟାଉନ ଥାନା ଏବଂ ଦମକଳ ବାହିନୀ ଖବର ଦେଇଥିଲେ। ଦମକଳ ବାହିନୀ ପୋଖରି ଭୀତରୁ ସତ୍ୟାନନ୍ଦ ଙ୍କୁ ଉଧାର କରିଥିଲେ। ସେତେ ବେଳେକୁ ସତ୍ୟାନନ୍ଦ ଙ୍କର ମୃତ୍ୟୁ ଘଟି ସାରିଥିଲା। ଟାଉନ ପୋଲିସ ସତ୍ୟାନନ୍ଦ ଙ୍କ ଶବ କୁ ଜବତ କରି ବ୍ଯବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *