କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସିପୁରା ଗ୍ରାମରେ ସହୀଦ ଯବାନ ବୀର ବିକ୍ରମ ସାହୁଙ୍କ ସ୍ମୁତିରେ ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି l ମୂଳବସନ୍ତ ପଞ୍ଚାୟତ ଅନ୍ତର୍ଗତ ପଲ୍ଲୀଗ୍ରାମ ସିପୁରା ଠାରେ ଜନ୍ମିତ ଯବାନ ବିକ୍ରମ ସାହୁ ଛତିଶଗଡ଼ର ଦନ୍ତୱାଡା ଠାରେ ସହୀଦ ହୋଇଯାଇଥିଲେ l ଏହି ବୀର ଯବାନଙ୍କ ୩୫ ତମ ଜନ୍ମ ଜୟନ୍ତୀ “ସହୀଦ ବିକ୍ରମ ସାହୁ ସ୍ମୁତି ସଂସଦ”ପକ୍ଷରୁ ପାଳିତ ହୋଇଥିଲା l କବି ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସହୀଦ ମାଟି ସିପୁରାକୁ ପ୍ରଣାମ କରିବା ସହିତ ବୀର ଯବାନ ବିକ୍ରମ ସାହୁଙ୍କ ତ୍ୟାଗ ଓ ବଳିଦାନ କେବେବି ବ୍ୟର୍ଥ ହେବନି ବୋଲି କହିଥିଲେ ।ଭାରତ ସରକାରଙ୍କ ଆୟୋକର କମିଶନର ତଥା ଶରତ କର ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସହୀଦଙ୍କ ପୂର୍ଣ୍ଣବାୟାବ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ l ଉତ୍ସବରେ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଉତ୍ସବରେ ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ସମ୍ମାନୀତ ଅତିଥିଭାବେ ସାହିତ୍ୟିକ ଡକ୍ଟର ଭାଗ୍ୟଧର ସାହୁ,ବିଧାନ ଚନ୍ଦ୍ର ସାମଲ, ରାମଚନ୍ଦ୍ର ମହାପାତ୍ର, ମନୋଜ କୁମାର ବେହେରା, ରୁଦ୍ରନାରାୟ ସିଂ, ରାଜେନ୍ଦ୍ର ନାରାୟଣ ପରିଡା, ହରେକୃଷ୍ଣ ମହାନ୍ତି, କବି ନିରଞ୍ଜନ ଜେନା,କବି ରୁଦ୍ର ପ୍ରସନ୍ନ ସାମଲ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ଶୁଭେନ୍ଦୁ ସାମଲ, ପ୍ରମୁଖ ଯୋଗଦେଇ ସହୀଦ ବିକ୍ରମଙ୍କ ପାଇଁ ମାହାଙ୍ଗା ମାଟି ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ ସେହିପରି ପରିବେଶବିତ ପ୍ରତାପ ବୀରବର ପୃଷ୍ଟି, ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ, ସାମ୍ବାଦିକ ପ୍ରଦୀପ ପୃଷ୍ଟି, ପ୍ରାକ୍ତନ ସମିତିସଭ୍ୟ ରାମଚନ୍ଦ୍ର ବେହେରା,ଅଲେଖ ଚନ୍ଦ୍ର ସ୍ୱାଇଁ, ମାଧବ ପଲେଇ ପ୍ରମୁଖ ସହୀଦଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଦେଖିବାକୁ ମିଳିଥିଲା ସଂଗୀତ ଗୁରୁ ଯୋଗେନ୍ଦ୍ର ରାଉତ ଓ ତାଙ୍କ ସାଥୀ କଳାକାର ମାନେ ବୀରଗାଥା ସମ୍ବଳିତ ଦେଶାତ୍ମବୋଧକ ଜାତୀୟ ସଂଗୀତ ପରିବେଷଣ କରିଥିଲେ ଏହି ଉତ୍ସବକୁ ସମାଜସେବୀ ପ୍ରଦୀପ୍ତ ରାଉତରାୟ ସଂଚାଳନ କରିଥିଲେ l
ସହୀଦ ବିକ୍ରମ ସାହୁ ସ୍ମୁତି କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ସୁନୁପେଇ ବିଦ୍ୟାପୀଠ ସିପୁରା ର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସବରେ ପୁରସ୍କୃତ
କରାଯାଇଥିଲା l
ସଂଗ୍ରାମ ସାହୁ,ଅକ୍ଷୟ ସାହୁ, ମଳୟ ସାହୁ, ଅଜୟ ସାହୁ,ମଞ୍ଜୁଲତା ସାହୁ, ସଞ୍ଜୁଲତା ସାହୁ,ରଞ୍ଜୁଲତା ସାହୁ,ଆଶୁତୋଷ ମହାନ୍ତି, ଦେବବ୍ରତ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିବା ଦେଖିବାକୁ ମିଳିଥିଲା l ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ଶିକ୍ଷକ ଓ ଯୁବ ଛାତ୍ରମାନେ ଉପସ୍ଥିତ ଥିଲେ l