ବିଶ୍ଵର ସପ୍ତାଶ୍ଚର୍ଯ୍ୟ ରୂପେ (ସେଭେନ୍ ୱାଣ୍ଡର୍) ପାର୍କ ଦେଖିବା ପାଇଁ ଆଉ ଦେଶବିଦେଶ ବୁଲିବାକୁ ପଡ଼ିବ ନାହିଁ । ଓଡ଼ିଶାରେ ହିଁ ଏବେ ସପ୍ତାଶ୍ଚର୍ଯ୍ୟ ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରାଞ୍ଚଳ ର ନିୟ ପୋଲିସ ଲାଇନ୍ ଅଞ୍ଚଳରେ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ଏହି ପାର୍କ ଦେଖିବା ପାଇଁ ଗୋଟିଏ ସ୍ଥାନରେ ସପ୍ତାଶ୍ଚର୍ଯ୍ୟ ର ପ୍ରତିକୃତି ସ୍ୱରୂପ ନିର୍ମାଣ କରାଯାଇଛି !
ଏକ ସ୍ମାର୍ଟ-ପାର୍କରେ ତିଆରି ହୋଇଥିବା ଏହି ଆକର୍ଷଣୀୟ ପ୍ରତିକୃତି ପର୍ଯ୍ୟଟକଙ୍କ ମନ ସେଠାକୁ ଟାଣି ନେଉଛି !
ମନମୋହୁଛି, ପର୍ଯ୍ୟଟକଙ୍କୁ /ଦର୍ଶକ ଙ୍କୁ ଏଵଂ ଯୁବପିଢି,ପ୍ରେମୀଯୁଗଳ ଙ୍କୁ ନିର୍ମିତ ତାଜମହଲ୍ ଚମତ୍କାର କଳାଶୈଳୀ ସଭିଙ୍କ ମନ କୁ ହରଣ କରୁଛି ।।
ଛତ୍ରପୁର ନୂଆ ପୁଲିସ ଲାଇନ୍ର ପୋଲିସ ହାଇସ୍କୁଲ ନିକଟରେ ୧.୫ ଏକର ପରିମିତ ଜମିରେ ଏହି ପାର୍କ ନିର୍ମିତ ହୋଇଛି ।
ମୁଖ୍ୟ ଆକର୍ଷଣ ପାଲଟିଛି ତାଜମହଲ ସାମ୍ନାରେ ପର୍ଯ୍ୟଟକମାନେ ଫଟୋ ଓ ସେଲ୍ଫି ନେବା ପାଇଁ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।
ତାଜମହଲର ଉଚ୍ଚତା ପ୍ରାୟ ୨୫ ଫୁଟ ରହିଥିବା ବେଳେ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ତଚ୍ଚତା ପ୍ରାୟ ୩୦ଫୁଟ ପର୍ଯ୍ୟନ୍ତ ରହିଛି, ସେହିପରି ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ର ଉଚ୍ଚତା ପ୍ରାୟ ୩୦ ଫୁଟ ରହିଥିବା ବେଳେ ଗ୍ରେଟ୍ ୱାଲ୍ ଅଫ୍ ଚାଇନା ର ଉଚ୍ଚତା ୪୫ଫୁଟ, ଆଲଫିଲ ଟାୱାରର ଉଚ୍ଚତା ୪୫ପୁଟ, ମିଶର୍ ଦେଶର ପିରାମିଡ୍ର ଉଚ୍ଚତା ପ୍ରାୟ ୨୦ଫୁଟ ରହିଥିବା ବେଳେ କଲେଜିୟମ୍ର ଉଚ୍ଚତା ୩୦ ଫୁଟ ରହିଛି ସେହିପରି ସ୍ମାର୍ଟ ପାର୍କରେ ବାର୍ଡ ହାଉସ୍,ବଟର ଫ୍ଲାଏ ହାଉସ୍, ଶିବଙ୍କ ପ୍ରତିମୂର୍ତ୍ତି ସହିତ ୱାଟର ଫାଉଣ୍ଡେନ୍ ସହିତ ଝିଲି ମିଲି ରଙ୍ଗୀନ ଆଲୋକ ଆଦି ପର୍ଯ୍ୟଟକଙ୍କୁ ବେଶ୍ ମନୋରଞ୍ଜନ କରିପାରିଛି ।।