• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ ;ବୁଲିଲା ବୋଲଡୋଜର

ByOdishri Khabar

Jan 17, 2025
{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ବୁଲିଲା ବୋଲଡୋଜର; ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ
ସବୁ ଅପେକ୍ଷାର ଘଟିଲା ଅନ୍ତ। ମାଟିରେ ମିଶିଲା ଶ୍ରୀ ଶ୍ରୀ ସତ୍ୟ ଅନନ୍ତ ମାଧବଙ୍କ ବୈକୁଣ୍ଠ ଧାମ ଆଶ୍ରମ। BDA ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ଭଙ୍ଗାଯାଇଛି ବୈକୁଣ୍ଠ ଧାମ ଆଶ୍ରମ।

ଆଜି ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗାଯିବ ବୋଲି ଗତକାଲି ବିଡିଏ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମରେ ଥିବା ଜିନିଷ ପତ୍ର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା BDA। ଆଜି ସକାଳେ ବୈକୁଣ୍ଠ ଧାମ ଆଶ୍ରମରୁ ଜିନିଷ ପତ୍ର ଖାଲି କରାଯିବା ପରେ BDA ପକ୍ଷରୁ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା। କୌଣିସ ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଘଟଣାସ୍ଥଳରେ ପୁଲିସ ମୃତୟନ କରାଯାଇଛି।
ବିଡିଏର ଜଣେ ଅଧିକାରୀ କହିଛନ୍ତି, ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗା ଚାଲିଛି। ଆଶ୍ରମ ଭଙ୍ଗା ଯିବା ସମୟରେ ଭିଡିଓଗ୍ରାଫି କରାଯାଉଛି। ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୃତୟନ ରହିବା ସହ ୧୦ ଜଣ ସ୍କ୍ୱାର୍ଡ ମଧ୍ୟ ଉପସ୍ଥିତ ଅଛନ୍ତି। ଆଶ୍ରମକୁ ଭାଙ୍ଗିବା ପାଇଁ ୨ଟି ଜେସିବି ମେସିନ ନିୟୋଜିତ କରାଯାଇଛି।
ସେ ଆହୁରି କହିଛନ୍ତ, ଆଜି ଆଶ୍ରମ ଭଙ୍ଗାଚାଲିଛି। ଯଦି ଭଙ୍ଗା କାର୍ଯ୍ୟ ନସରେ କାଲି ମଧ୍ୟ ଭଙ୍ଗାଯିବ। ଆଶ୍ରମ ପକ୍ଷରୁ କୌଣସି ବିରୋଧ କରାଯାଇ ନାହିଁ।

ନଭେମ୍ବର ମାସରେ ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ୧୪୦ ଡିସିମିଲି ଜାଗାରେ ତିଆରି ହୋଇଥିବା ବୈକୁଣ୍ଠ ଧାମ୍‌ ଆଶ୍ରମ ଚର୍ଚ୍ଚାର ପରିସରକୁ ଆସିଥିଲା। ବାବା କାଶୀନାଥ ନିଜ ପୁଅକୁ କଳକି ଅବତାରରେ ସଜାଇ ବିବାଦକୁ ଆସିଥିଲେ। ଲୋକେମାନେ ବାବା କାଶୀନାଥଙ୍କ ପୁଅକୁ ଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଭାବେ ପୂଜା କରୁଥିଲେ। ଏପରିକି ତାଙ୍କ ପାଦ ତଳେ ତୁଳସୀ ଦେଇ ପୂଜାର୍ଚ୍ଚନା କରାଯାଉଥିବା ଭିଡିଓ ଭାଇରାଲ ହୋଇଥିଲା।

ଭିଡିଓ ଭାଇରାଲ ହେବା ପରେ ବାବା ନିଜ ପୁଅକୁ ନେଇ ଗାଏବ ହୋଇଯାଇଥିଲେ। କୋଲକାତା ପଳାଇ ଯାଇ ଆତ୍ମଗୋପନ କରିଥିବା ଚର୍ଚ୍ଚା ହୋଇଥିଲା। ଏହା ଭିତରେ ଆଶ୍ରମଟି ସରକାରୀ ଜାଗାରେ ତିଆରି ହୋଇଥିବା ଚର୍ଚ୍ଚା ହୋଇଥିଲା। ପରେ ବିଡିଏ ପକ୍ଷରୁ ଆଶ୍ରମର ଚତୁପାର୍ଶ୍ୱକୁ ମାପ କରାଯାଇଥିଲା। ମାପଚୁପ ପରେ ଆଶ୍ରମଟି ସରକାରୀ ଜାଗାରେ ହୋଇଥିବ ଜଣାପଡ଼ିଥିଲା। ପରେ ବିଡିଏ ପକ୍ଷରୁ ଆଶ୍ରମକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଇଥିଲା। ଏହାରି ଭିତରେ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟଙ୍କୁ ମିଥ୍ୟା ରିପୋର୍ଟ ଦେଇ ବିଭ୍ରାନ୍ତ କରିଥିଲେ। ପରେ ହାଇକୋର୍ଟ ନ ଭାଙ୍ଗିବା ପାଇଁ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟ ଜାରି କରିଥିବା ରହିତାଦେଶ ଉଠିବା ପରେ ଗତକାଲି ବିଡ଼ିଏ ପକ୍ଷରୁ ଭଙ୍ଗାଯିବ ବୋଲି ମାଇକ ଯୋଗେ ପ୍ରଚାର କରାଯାଇଥିଲା। BDA ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ଆଜି ଆଶ୍ରମଟି ଭଙ୍ଗାଯାଇଛି।

Leave a Reply

Your email address will not be published. Required fields are marked *