ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କାରନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାରନ୍ଦା ପଡିଆ ଠାରେ ଆଜି kcc କାରନ୍ଦା ଉଦଘାଟନ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି!ଏଥିରେ ମୁଖ୍ୟ ଅତିଥି ଦୀପକ ପଟନାୟକ ଉପସ୍ଥିତ ଥିବା ବେଳେ ସମ୍ନା ନିତ ଅତିଥି କାରନ୍ଦା ସରପଞ୍ଚ ଦୁଷ୍ମନ୍ତ ନାଏକ ଉପସ୍ଥିତ ଥିଲେ!ଖେଳର ଦୁଇ ଅମ୍ପେୟାର ନିତ୍ୟାନନ୍ଦ ସାହୁ, ଗୟାନାଥ ମୁଦୁଲି ଖେଳ ପରିଚାଳନା କରିଥିଲେ!ମ୍ୟାଚ ରେଫରୀ ରାମଚନ୍ଦ୍ର ମୁଦୁଲି ଉପସ୍ଥିତ ଥିଲେ!kcc କାରନ୍ଦା ମ୍ୟାଚ କୁ କାରନ୍ଦା ଯୁବକ ସଙ୍ଘ ର ମୁଖ୍ୟ ସୁଧୀର ବେହେରା ଓ ଯୁବକ ମାନେ ବୁଝାସୁଝା କରୁଥିଲେ!ସେହି ମ୍ୟାଚ ର ଫିତା କାଟିଥିଲେ ମୁଖ୍ୟ ଅତିଥି ଦୀପକ ପଟନାୟକ!ଆଜିର ମ୍ୟାଚ କାଳିକାପ୍ରସାଦ ଓ ରୁଡ଼ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା!ଏଥିରେ ପ୍ରଥମେ ଟସ ଜିତି କାଳିକାପ୍ରସାଦ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇ ବ୍ୟାଟିଂ କରିଥିଲା!ନିର୍ଦ୍ଧାରିତ ପନ୍ଦର ଓଭର ମ୍ୟାଚ ରେ କାଳିକାପ୍ରସାଦ ବାର ଓଭର ରେ 83ରନ କରି ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ!ତାହାର ମୁକାବିଲା କରି ରୁଡ଼ ସେହି ବାର ଓଭର ରେ 84ରନ କରି ବିଜୟ ଲାଭ କରିଥିଲେ ||