ଗତକାଲି ଥିଲା କଳାକାର ଦିବସ,ନାଟ୍ୟକାର ଭାବଗ୍ରାହୀ ଦାଶ,ସନ୍ତୋଷ ମହାପାତ୍ର ଓ ଅର୍ନପୂର୍ଣ୍ଣା ର ସମ୍ପାଦିକା ଆଲ୍ହାଦିନ କରଙ୍କ ପୌରୋହିତରେ ଅର୍ନପୂର୍ଣ୍ଣା ର କଳାକାର ମାନଙ୍କୁ ନେଇ ପାଳିତ ହୋଇଯାଇଛି କଳାକାର ଦିବସ,ଅତିଥି ବୃନ୍ଦ କଳାକାର ମାନଙ୍କର ଜୀବନ ଜୀବିକା କିପରି ସୁଦୃଢ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ,କଳାକାର ମାନଙ୍କ ପାଇଁ ସରକାରଙ୍କ ଉଦାସୀନତା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି,ଏହି କ୍ରମରେ ଅଭିଯାନର ସଭାପତି ଆଲୋକ ସ୍ୱାଇଁ କଳାକାରମାନେ ସରକାରୀ ସ୍ତରରେ କିପରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିବା ବେଳେ,ନୁର୍ତ୍ୟ ନିର୍ଦେଶକ ସଫିଉଲ ହକ ସରକାରଙ୍କ ନିକଟରେ କଳାକାର ମାନଙ୍କର ଦାବୀ ସମ୍ପର୍କରେ ଆଲୋକପାତ କରିଥିଲେ,ଆଇନିଜୀବ ରାଜକୁମାର ସୁତାର କଳାକାର ମାନଙ୍କର ଆଇନୀଗତ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ,ଅର୍କଶା,ଆରିୟନ,ସୁଷ୍ଟି ଙ୍କ ଦ୍ୱାରା ନୂତ୍ୟ ପରିବେଷଣ ହୋଇଥିବା ବେଳେ ଅର୍ନପୂର୍ଣ୍ଣା କଳାକାରଙ୍କ ଦ୍ୱାରା ଅଭିନୟ ପ୍ରଦଶ୍ରିତ ହୋଇଥିଲା,ଉପସ୍ଥିତ କଳାକାରଙ୍କ ମଧ୍ୟରେ ଅକ୍ଷୟ ରଣା,ପ୍ରଶାନ୍ତ କୁମାର ଚାନ୍ଦ,ଚନ୍ଦନ କୁମାର ସାହୁ,ଜଗନ ମହାନ୍ତି,ଯଯାତି କେଶରୀ ନାୟକ,ସାନ୍ତାରମ ଆଚାର୍ଯ୍ୟ,ପ୍ରିୟଙ୍କା ମହାପାତ୍ର,ଉତ୍କଳିକା ସେଠୀ,ଶୁଭସ୍ମିତା ସ୍ୱାଇଁ,ରୋଜାଲିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି କଳାକାର ଦିବସକୁ ସାଫଲ୍ୟ ମଣ୍ଡିତ କରିଥିଲେ,କଟକ ଜିଲ୍ଲା,ବାରଙ୍ଗ ବ୍ଲକରୁ ପ୍ରକାଶ କୁମାର ଭୋଇ,