ପବିତ୍ର ଚିତାଲାଗି ଅମାବାସ୍ୟା ରେ ଗୁପ୍ତ ସିଦ୍ଧ ପୀଠ କନକ ଗିରି ଚାରିଟେବୁଲ ଟ୍ରଷ୍ଟ ଓ କନକଗିରି ବିକାଶ ସୁରକ୍ଷା ମଞ୍ଚ ତରଫରୁ ମାନବ ରତ୍ନ ସନ୍ଥ ଶ୍ରୀ ଶ୍ରୀ ଧ୍ରୁବଚରଣ ବାବା ଙ୍କ 21 ତମ ପବିତ୍ର ପୁଣ୍ୟ ତିଥି ଅବକାଶରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ବାବା ଙ୍କ ଉଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ l କଟକ ଜିଲ୍ଲା ର ବହୁ ସ୍ଥାନ ରୁ ବାବା ଙ୍କର ଭକ୍ତ ଙ୍କ ଆଗମନ ରେ ଏହି ପୀଠଟି ଚଳ ଚଞ୍ଚଳ ହୋଇଉଠିଥିଲା l ଗୀତା ପାଠ, ଭଜନ ସଂକୀର୍ତନ ରେ ଏହି ପବିତ୍ର ସ୍ଥାନଟି ଭକ୍ତି ଭାବାବେଗରେ ପରିପୂର୍ଣ ଥିଲା l ବହୁ ସଂଖ୍ୟାରେ ଭକ୍ତ ଏଠାରେ ପ୍ରସାଦ ସେବନ କରିଥିଲେ lଏହି ସିଦ୍ଧ ପୀଠର ଉର୍ନତି କରଣ ପାଇଁ କନକ ଗିରି ବିକାଶ ମଞ୍ଚ ଓ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଓ ମୁରବି ମାନେ ସଦା ସର୍ବଦା ସମସ୍ତ କାର୍ଯ୍ୟରେ ଯୋଗଦେଇ ଏହି ମହାନ ପୁରାଣ ବର୍ଣ୍ଣିତ ସିଦ୍ଧ ପୀଠର କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି l ତେବେ ଆସନ୍ତୁ ଶୁଣିବା ଏହି ମହାନ ପୀଠ ଓ ମାନବ ରତ୍ନ ସନ୍ଥ ଶ୍ରୀ ଶ୍ରୀ ଧ୍ରୁବ ଚରଣ ବାବା ଙ୍କ ସୃତି ଉଦେଶ୍ୟରେ ଭକ୍ତ ଙ୍କ ପାଖରୁ