• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅଲଗା ଜାତିରେ ବିବାହ କଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଏଥର ଆଉ ରହିବନି ଜାତି ଭେଦ ଭାବ
ହଁ ଦର୍ଶକ ବନ୍ଧୁ ଏବେ ଅନୁସୂଚିତ ଜାତିମାନଙ୍କ ପାଇଁ, ଆନ୍ତଃଜାତି ବିବାହ କ୍ଷେତ୍ରରେ ଦମ୍ପତି ପିଛା ପ୍ରୋତ୍ସାହନ ରାଶିକୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ଏହା ମାଧ୍ୟମରେ ୨୦୨୪-୨୫ ରେ ୧୧୦୮ ଦମ୍ପତି ଉପକୃତ ହୋଇଛନ୍ତି । ଅତ୍ୟାଚାର ମାମଲାର ସମାଧାନ ପାଇଁ ତଦନ୍ତ ଓ କ୍ଷତିପୁରଣ ବଣ୍ଟନକୁ ତ୍ବରାନ୍ବିତ କରି ‘ସାକାର’ (SAACAR) ପୋର୍ଟାଲ ଆରମ୍ଭ କରାଯାଇଛି ।“ପ୍ରଧାନମନ୍ତ୍ରୀ ଅନୁସୁଚିତ ଜାତି ଅଭ୍ୟୁଦୟ ଯୋଜନା” (ପିଏମ-ଅଜୟ) ଅଧୀନରେ ଦାରିଦ୍ର୍ୟ ଦୁରୀକରଣ, ଦକ୍ଷତା ବିକାଶ, ଭିତ୍ତିଭୂମି ଉନ୍ନତି ଏବଂ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସୁବିଧାରେ ଉନ୍ନତି ଆଣିବା ପାଇଁ ଓଡ଼ିଶାର ୯୨୩ଟି ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିବା ବେଳେ “ବାବୁ ଜଗଜୀବନ ରାମ ଛାତ୍ରାବାସ ଯୋଜନା” ଅଧୀନରେ ୧୭୬ଟି ଛାତ୍ରାବାସ ମଞ୍ଜୁର କରାଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *