• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଖି ମାରି ଘାଇଲା କରିଥିବା ସୁନ୍ଦରୀ ଜଣକ ଏବେ କ’ଣ କରୁଛନ୍ତି

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଦିନେ ତାଙ୍କର ଆଖି ମାରିବା ଷ୍ଟାଇଲ ସାରା ଦେଶରେ ଚର୍ଚ୍ଚା ସାଉଁଟିଥିଲା । ମାତ୍ର ୧୮ ବର୍ଷ ବୟସରେ ସୁନ୍ଦରୀ ଜଣକ ରାତାରାତି ନ୍ଯାଶନାଲ କ୍ରଶ୍ ମଧ୍ଯ ସାଜିଥିଲେ । ହେଲେ ଇତିମଧ୍ଯରେ ସାତବର୍ଷ ବିତି ସାରିଛି । ସେ ସୁନ୍ଦରୀ ରୂପସୀ କନ୍ୟା ଏବେ କେଉଁଠି ? ଜଣେ ସୁନ୍ଦରୀ ରୂପବତୀ କନ୍ୟା ବର୍ଷ ୨୦୧୮ ରେ ସମସ୍ତଙ୍କୁ ନିଜ ଆଖି ମରା ଠାଣିରେ ଘାଇଲା କରୁଥିଲେ । ରାତାରାତି ସେ ଗୁଗୁଲରେ ବେଶୀ ସର୍ଚ୍ଚ କରାଯାଇଥିବା ବିୟୁଟି ମଧ୍ଯ ସାଜିଥିଲେ । ଏ ସୁନ୍ଦରୀ ତଥା ସେକ୍ସି ଗାର୍ଲ ଜଣକଙ୍କ ନାଁ ଥିଲା ପ୍ରିୟା ପ୍ରକାଶ ୱାରିୟର । ବର୍ଷ ୨୦୧୮ ରେ ଯେକେହି ଗୁଗୁଲରେ ଏହି ‘ୱିଙ୍କ ଗର୍ଲ’ ଙ୍କୁ ସର୍ଚ୍ଚ କରୁଥିଲେ । ସାଧାରଣ ମୂଲିଆଠୁ ବୃଦ୍ଧ ଯାଏଁ ସମସ୍ତେ ଏ ସୁନ୍ଦରୀଙ୍କ ପାଇଁ ଦିୱାନା ହୋଇଯାଇଥିଲେ ଯ ରାତାରାତି ସେ ସାଧାରଣ ଝିଅରୁ ସାଜିଥିଲେ ନ୍ଯାଶନାଲ କ୍ରଶ୍ । ତେବେ ୭ ବର୍ଷ ବିତି ସାରିଛି । ଏ ହସିନା ଜଣକ କେଉଁଠି ଏବେ, କ’ଣ କରନ୍ତି ଜାଣିବା ସେ ବାବଦରେ…ମାଲାୟଲମ ଫିଲ୍ମ ‘ଓରୁ ଅଦାର ଲଭ’ ୨୦୧୯ ମସିହାରେ ରିଲିଜ ହୋଇଥିଲା । ସିନେମାର ଏକ ଦୃଶ୍ଯ ଏଥିରେ ଅଭିନୟ କରୁଥିବା ପ୍ରିୟା ପ୍ରକାଶ ୱାରିୟରଙ୍କୁ ରାତାରାତି ସାଧାରଣରୁ ଅସାଧାରଣ ବନାଇଥିଲା । ସିନେମାରେ ତାଙ୍କର ଆଖି ମାରିବାର ଏକ ଦୃଶ୍ୟ ବା ଠାଣି ସମସ୍ତଙ୍କୁ ଦିୱାନା କରିଥିଲା । ପ୍ରକାଶଥାଉ ଯେ, ପ୍ରିୟା ସିନେମାର ଏକ ସିନରେ କ୍ଲାସରୁମରେ ବସିଛନ୍ତି । ନିଜର ବଡ ବଡ ଆଖିରେ ସେ ମୋଟା କାଜଲ ମଧ୍ଯ ଲଗାଇଛନ୍ତି । ନିଜ କ୍ଲାମରୁମର ଏକ ସାଙ୍ଗକୁ ସେ ଆଖି ମାରୁଛନ୍ତି । ଏ ଦୃଶ୍ଯ ସେ ସମୟରେ ହଇଚଇ ସୃଷ୍ଟି କରିଥିଲା ଇଣ୍ଟରନେଟରେ । ସେହିସମୟରେ ୧୮-୧୯ ବର୍ଷୀୟ ପ୍ରିୟା, ଆମେରିକୀୟ ସିଙ୍ଗର ତଥା ପ୍ରିୟଙ୍କାଙ୍କ ପତି ନିକ ଜୋନାସଙ୍କୁ ମଧ୍ଯ ଲୋକପ୍ରିୟତା ତଥା ସର୍ଚ୍ଚରେ ପଛରେ ପକାଇ ଦେଇଥିଲେ । ସ୍କୁଲ ୟୁନିଫର୍ମରେ ତାଙ୍କର କ୍ଯୁଟନେସ ସମସ୍ତଙ୍କ ହୋଶ୍ ଉଡାଇ ଦେଇଥିଲା ।ପ୍ରିୟା ଏବେ କ’ଣ କରୁଛନ୍ତି: ପ୍ରକାଶଥାଉ ଯେ, ପ୍ରିୟା ପ୍ରକାଶ ୱାରିୟର ବର୍ତ୍ତମାନ ସମୟରେ ଅଭିନେତ୍ରୀ ହୋଇ ସାରିଲେଣି । ‘ଓରୁ ଅଦାର ଲଭ୍’ ରୁ ଚର୍ଚ୍ଚାରେ ଆସିଥିବା ପ୍ରିୟାଙ୍କୁ ଏବେ ପ୍ରାୟ ୨୫ ବର୍ଷ ହୋଇ ସାରିଛି ।ଇନଷ୍ଟାଗ୍ରାମରେ ସେ ବେଶ୍ ଲୋକପ୍ରିୟ ମଧ୍ୟ । ତାଙ୍କର ପ୍ରାୟ ୭୦ ଲକ୍ଷ ଫଲୋଅର୍ସ ଅଛନ୍ତି । ମାଲାୟଲମ ସିନେମା ବ୍ଯତୀତ ପ୍ରିୟା ସାଉଥର ଅନ୍ଯ ଭାଷାଭାଷୀ ସିନେମାରେ ମଧ୍ଯ ନଜର ଆସି ସାରିଛନ୍ତି ।ସେ ତାମିଲ ଓ ତେଲୁଗୁ ସିନେମାରେ ମଧ୍ଯ କାମ କରନ୍ତି । ପ୍ରିୟା ‘4 ଇୟର୍ସ’ ‘ଇସ୍କ’, ‘ଶ୍ରୀଦେବୀ ବଙ୍ଗଲୋ’, ‘ଚେକ୍’ ତଥା ‘ବ୍ରୋ’ ଭଳି ସିନେମାରେ ଅଭିନେତ୍ରୀ ଭାବରେ କାମ କରିଛନ୍ତି । ଏହି ହଟ ଆଣ୍ଡ ବୋଲ୍ଡ ଗାର୍ଲ ଶୀଘ୍ର ହିଁ ‘ନିଲବୁକୁ ଏନ ଏନ୍ନାଡି କୋବାମ’ ସିନେମାରେ ମଧ୍ଯ ନଜର ଆସିବେ ବୋଲି ଜଣା ପଡିଛି ।ତାହାସହ ରଣବୀର କପୂରଙ୍କ ସିନେମା ‘ରାମାୟାଣ’ରେ ମଧ୍ଯ ସେ ଏଣ୍ଟ୍ରି କରିଥିବା ଏବେ ଚର୍ଚ୍ଚା ହେଉଛି । ତାଙ୍କର ସିନେମା ‘ବିଷ୍ଣୁ ପ୍ରିୟା’ ଚଳିତମାସ ୨୧ ତାରିଖରେ ରିଲିଜ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *