ବିଶ୍ୱାସ ଅବିଶ୍ୱାସ ହେଉ କି ଅନ୍ଧ ବିଶ୍ୱାସ । ଯାହା ମାଧ୍ୟମରେ ଆକସ୍ମିକ ଭାବରେ ଅଗ୍ନୀକାଣ୍ଡ ଘଟି ଘରର ଆସବାବପତ୍ର ଠାରୁ ଆରମ୍ଭ କରି ପାଳଗଦାରେ ନିଆଁ ଲାଗୁଛି । ଏପରିକି ଜଣେ ମହିଳା ଅଗ୍ନୀକାଣ୍ଡରେF ଗୁରୁତର ଆହାତ ହୋଇ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା କୁ ନେଇ ଗ୍ରାମବାସୀଙ୍କ ମନରେ କୋକୁଆ ଭୟ । ପୁରୀ ଜିଲ୍ଲା ପିପିଲିରୁ ଦେଖିବା ଏହି ରିପୋର୍ଟ ।କେହି ଲଗାଇବା ଆଗରୁ ଲାଗି ଯାଉଛି ନିଆଁ । ନିଆଁ କୁ ଯେତେ ଆୟତ କଲେ ମଧ୍ୟ ଏହା ଥମିବାର ନାଁ ଧରୁନାହିଁ । ଘରର ଆସବାବ ପତ୍ର ଠାରୁ ଆରମ୍ଭ କରି ଶୋଇବା ଖଟରେ ମଧ୍ୟ ଲଗୁଛି ନିଆଁ । ଲିଭାଇବା ପରେ ଲିଭିଯାଉଛି ପୁଣି କେଇ ଘଂଟା ପରେ ଆଉ ଏକ ସ୍ଥାନରେ ପୁଣି ହୁତ ହୁତ ହୋଇ ଜଳୁଛି । ଏହା ଏକ ଅନ୍ଧ ବିଶ୍ୱାସ ବୋଲି ଯେ କେହି ବି କହିପାରେ । ତେବେ ଏହା ଅନ୍ଧ ବିଶ୍ୱାସ ନହୋଇ ଏକ ଆଲୌକିକ ହୋଇପାରେ ଅଥବା ତନ୍ତ୍ର ସାଧନା ଦ୍ୱାରା ହୋଇପାରେ ବୋଲି ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ପିପିଲି ହାଟସାହି ପଂଚାୟତର ବଳନ୍ତସିଂହ ଦେଉଳି ଗାମରୁ । ଗ୍ରାମର ତ୍ରିଲୋଚନ ବାରିକ ଖଣ୍ଡିମଙ୍ଗଳପୁର ଗ୍ରାମର ସଂଧ୍ୟାରାଣୀ ବାରିକ ଙ୍କୁ ପରିବାର ଇଛା ବିରୁଦ୍ଧରେ ପ୍ରେମ ବିବାହ କରିଥିଲେ । ଏଥିରେ ତାଙ୍କ ବାପା ଏବଂ ମା ଙ୍କ ସହତି ଭଉରୀ ଭିଣୋଇ ଅସନ୍ତୁଷ୍ଟ ରହିବା ପରେ ଘରେ ମନୋ ଳମାଳିନ୍ୟ ଲାଗି ରହିଥିଲା । ତେବେ ପାଂଚ ଦିନ ପୂର୍ବରୁ ତାଙ୍କ ବାପା ନାଲୁ ବାରିକ ପୁଅ ଏବଂ ବୋହୁ ଙ୍କ ପାଂଚ ଦିନରେ ଅବସ୍ଥା କ’ଣ ହେଉଛି ଦେଖ ବୋଲଇ କହି ଘରୁ ଚାଲି ଯାଇଥିଲେ । ତେବେ ଯିବା ପରେ ଘରର ଶୋଇବା ଖଟ ଲୁଗାପଟା ଶୋଇବା ଶେଜରେ ଆପେ ଆପେ ଅଗ୍ନୀକାଣ୍ଡ ଘଟିବା ଆରମ୍ଭ ହୋଇଥିଲା । ସଂଧ୍ୟାରାଣୀ ଙ୍କ ପ୍ରତ୍ୟେକ ସମୟରେ ପିନ୍ଧୁଥିବା ଲୁଗା କାନୀରେ ଆପେ ଆପେ ନିଆଁ ଲାଗିଯାଉଥିଲା । ତେବେ ଗତ ରବିବାର ସେ ଗ୍ରାମ ଦେବନୀ ଙ୍କ ନିକଟରେ ଶୋଇଥିବା ସମୟରେ ମଧ୍ୟ ତାଙ୍କ ଦେହରେ ନିଆଁ ଲାଗି ଯାଉଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପିପିଲି ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏଭଳି ଗଟଣା ପାଇଁ ତାଙ୍କ ପରିବାର ଲୋକେ ଦାୟି ବୋଲି ତ୍ରିଲୋଚନ ଅଭିଯୋଗ କରିଛନ୍ତି । ଖାଲି ଯେ ତ୍ରିଲୋଚନ ଙ୍କ ଘରେ ଏଭଳି ଘଟଣା ଘଟିଛି ତାହା ନୁହେଁ । ତ୍ରିଲୋଚନ ଙ୍କ ସ୍ତ୍ରୀ ତାଙ୍କ ସମ୍ପର୍କୀୟ ଯାହାଙ୍କ ଘରେ ଅବସ୍ଥାନ କରୁଥିଲେ ତାଙ୍କ ମଧ୍ୟ ସମାନ ଭାବରେ ଅଗ୍ନୀକାଣ୍ଡ ଘଟୁଥିଲା । ତେବେ ଖାଲି ଯେ ଘରରେ ନିଆଁ ଲାଗିଯାଉଥିଲା ତାହା ନୁହେଁ । ଘର ବାହାରେ ଥିବା ପାଳଗଦାରେ ମଧ୍ୟ ନିଆଁ ଲାଗିଯାଉଛି । ଗତକାଲି ରାତ୍ରରେ ପଡ଼ୋଶୀ ଙ୍କ ମଶାରୀରେ ମଧ୍ୟ ନିଆ ଲାଗିଯାଇଥିଲା । ଯାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ଆମେ ଅଭିଯୋଗ ପାଇଛୁ । ତଦନ୍ତ ଆରମ୍ଭ କରିଛୁ ବୋଲି ପିପିଲି ଥାନା ଅଧିକାରୀ କହିଛନ୍ତି । ବିଶ୍ୱାସ ହେଉ କି ଅନ୍ଧ ବିଶ୍ୱାସ । ଜଣଙ୍କ ପରେ ଜଣ ଙ୍କ ଘରେ ଲାଗୁଥିବା ଏହି ଆକସ୍ମିକ ଅଗ୍ନୀକାଣ୍ଡର କାରଣ କ’ଣ । ଏହା ଅଲୌକିକ ନା ମନୁଷ୍ୟକୃତ ତାହା ଦେଖିବାକୁ ବାକି ରହିଲା ।