କାକଟପୁର ବିଧାନସଭା କ୍ଷେତ୍ରର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାକଟପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଜଗତସିଂହପୁର ସାଂସଦ ଡଃ ବିଭୁପ୍ରସାଦ ତରାଇଙ୍କ ପୁରୀ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁ, କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ରାକେଶ ବିଶ୍ଵାଳ, ବିଜେପି ରାଜ୍ୟ ଦଳିତ ମୋର୍ଚ୍ଚା ର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବେହେରା,ଈଶ୍ଵର ବେହେରା, ରାଜଲକ୍ଷ୍ମୀ ଦାଶ, କୈଳାସ ନାୟକଙ୍କ ସମେତ ବହୁ ଦଳୀୟ ନେତାମାନେ ଉପସ୍ଥିତ ଥିଲେ | ଏହି ସମ୍ମିଳନୀରେ ମତ୍ସ୍ୟ ବନ୍ଦର ସଂପ୍ରସାରଣ ଯୋଜନାରେ ଦେବୀ ନଦୀ ମୁହାଣରେ ଅବସ୍ଥିତ ଅସ୍ତରଙ୍ଗ ବ୍ଳକ ନୂଆଗଡ ଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମାଛଧରା ବନ୍ଦରର ଉନ୍ନତି କରଣ ପାଇଁ ୧୭୯ କୋଟି ୯୦ ଲକ୍ଷ ଟଙ୍କାର ଅନୁଦାନ ରାଶି ମଂଜୁରୀ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନଥିଲା ଯାହାକି ଜଗତସିଂହପୁର ସାଂସଦ ଡଃ ତରାଇ ଚଳିତ ପାର୍ଲିଆମେଣ୍ଟ ଅଧିବେଶନ ରେ ଏହି କଥାକୁ ଉତଥାପନ କରି ସଫଳତାର ସହ ମିଳିଥିବା ଅନୁଦାନ ରାଶିରେ ତ୍ଵରିତ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଦେଶ ଦେଇଛନ୍ତି ଏବଂ ୨୯ ନଭେମ୍ବର ୨୦୨୫ମଧ୍ୟରେଏହି କାର୍ଯ୍ୟ ସମାପନ କରିବା ଧାର୍ଯ୍ୟ ଲକ୍ଷ୍ୟ ରଖିଛନ୍ତି । ନୂଆଗଡ ମତ୍ସ୍ୟ ବନ୍ଦରର ଉନ୍ନତି କରଣ କରାଗଲେ ୨୦ହଜାର ମତ୍ସ୍ୟଜୀବୀ ଉପକୃତ ହେବା ସହିତ ଡିଜେଲ ଟାଙ୍କି, ବରଫ ଗୋଦାମ,,କୋଲଷ୍ଟୋର, ବୋଟ ମରାମତି କେନ୍ଦ୍ର,ଗୋଦାମ ଘର ଭଳି ପାରିପାର୍ଶ୍ବିକ ଉନ୍ନତି ଫଳରେ ଅଞ୍ଚଳରୁ ବହୁ ମାତ୍ରାରେ ବେକାରୀ ସମସ୍ୟା ଦୂରୀକରଣ ହୋଇପାରିବ। ଅଞ୍ଚଳର ଟ୍ରଲର ସହିତ ପ୍ରାୟ ୨୦୦ ରୁ ଅଧିକ ଟ୍ରଲର ରହିବାର ବ୍ୟବସ୍ଥା କରାଯାଇ ପାରିବ।ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏ ଅଞ୍ଚଳ ଉନ୍ନତି ପ୍ରତି ଡଃ ତରାଇଙ୍କ କେତେକ ଯୋଜନା ସଂପର୍କରେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରାଯାଇଥିଲା । ସେହିପରି ବିକଶିତ ଭାରତ ଯୋଜନାରେ ଏହି ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ସହିତ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା, ନୂତନ ରେଳପଥ ପୁରୀରୁ କୋଣାର୍କ, ଅସ୍ତରଙ୍ଗ, କାକଟପୁର ,ନିଆଳୀ ଦେଇ ଭୂବନେଶ୍ଵରକୁ ସଂଯୋଗ କରିବା କ୍ଷେତ୍ରରେ ସଂସଦରେ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଛନ୍ତି ବୋଲି କହିଥିଲେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ସ୍ବାଇଁ .