କଟକ ଜିଲ୍ଲା,କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ପାଇକପଡ଼ା ଗ୍ରାମର ମା ବୁଢ଼ୀ ବରୁଣେଇ ପୀଠ ରେ ଅଷ୍ଟମ ବିଶ୍ୱଶାନ୍ତି ମହାଯଂଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି,ଏହି ଉତ୍ସବ ଦୀର୍ଘ ତିନି ଦିନ ଧରି ଚାଲିଥିଲା,ଘୃତ ଆହୁତି,ନାମ ଯଂଜ୍ଞ,ଅର୍ନ ଯଂଜ୍ଞ ସହିତ ଶେଷ ସନ୍ଧ୍ୟା ରେ ସାଂସ୍କୁତିକ କାର୍ଯ୍ୟକ୍ରମ ରେ ଜୟ ଶ୍ରୀ ପୁରୁଷୋତ୍ତମ ଭଜନ ସନ୍ଧ୍ୟା ଗ୍ରୁପ,କଟକ କଳାକାର ଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ଯାହା ଦର୍ଶକ ଙ୍କ ମନମୁଗ୍ଧ କରିପାରିଥିଲା,ପୂର୍ଣ୍ଣାହୁତି ରେ ପାଖାପାଖି 500 ରୁ ଉର୍ଦ୍ଧ ଭକ୍ତ ମା ଙ୍କ କୃପା ଲାଭ କରିଥିଲେ, ପାଖାପାଖି 2000 ଲୋକ ଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା,ସମସ୍ତ କାର୍ଯ୍ୟକୁ ମା ବୁଢ଼ୀ ବରୁଣେଇ ପୂଜା କମିଟି ଏବଂ ମା ବୁଢ଼ୀ ବରୁଣେଇ ଯୁବକ ସଙ୍ଘ ପାଇକପଡା ର କର୍ମକର୍ତ୍ତା ଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା.