• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୁରୁଷଙ୍କ ପାଇଁ ବରଦାନ ଖଜୁରୀ

Spread the love

ଖଜୁରୀ ଏପରି ଏକ ଡ୍ରାଏ ଫ୍ରୁଟ୍ସ, ଯାହା ବର୍ଷର ପ୍ରତ୍ୟେକ ଦିନ ବଜାରରେ ମିଳିଯାଏ । କିନ୍ତୁ ଦେଖାଯାଏ ଯେ, ପବିତ୍ର ରମଜାନ ମାସରେ ଖଜୁରୀକୁ ବେଶି ବ୍ୟବହୃତ କରାଯାଏ। ତେବେ ଆସନ୍ତୁ ଜାଣିବା ଖଜୁରୀ ପୁରୁଷଙ୍କ ପାଇଁ କେତେ ଲାଭଦାୟକ.ଖଜୁରୀ ଏପରି ଏକ ଡ୍ରାଏ ଫ୍ରୁଟ୍ସ, ଯାହା ବର୍ଷର ପ୍ରତ୍ୟେକ ଦିନ ବଜାରରେ ମିଳିଯାଏ । କିନ୍ତୁ ଦେଖାଯାଏ ଯେ, ପବିତ୍ର ରମଜାନ ମାସରେ ଖଜୁରୀକୁ ବେଶି ବ୍ୟବହୃତ କରାଯାଏ। ତେବେ ଆସନ୍ତୁ ଜାଣିବା ଖଜୁରୀ ପୁରୁଷଙ୍କ ପାଇଁ କେତେ ଲାଭଦାୟକ…
ଖଜୁରୀରେ ଆଇରନ୍, ମିନେରାଲ୍, କ୍ୟାଲସିୟମ୍, ଅମିନୋ ଏସିଡ୍ ଓ ଫସଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ଭିଟାମିନ୍ ବି ୧ ଓ ଭିଟାମିନ୍ ବି, ଭିଟାମିନ୍ ବି ୫ ଓ ଭିଟାମିନ୍ ଏ ୧ ଓ ଭିଟାମିନ୍ ସି ବି ଥାଏ। ଯଦି ଆପଣ ପ୍ରତିଦିନ ୨ରୁ ୩ଟି ଖଜୁରୀ ପ୍ରତିଦିନ ଖାଆନ୍ତି ତେବେ ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହେବ।ଚର୍ମକୁ ସୁନ୍ଦର କରିଥାଏ- ଚର୍ମକୁ ସୁନ୍ଦର କରିବାରେ ଖଜୁରୀ ସାହାଯ୍ୟ କରିଥାଏ । ଏହି ଫଳରେ ଭିଟାମିନ୍-ସି ଓ ଭିଟାମିନ୍-ଡି ମିଳିଥାଏ, ଯାହା ଚର୍ମକୁ କୋମଳ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ବୟସ ସହିତ ଘଟୁଥିବା ଚର୍ମ ସମସ୍ୟାକୁ ମଧ୍ୟ ରୋକିଥାଏ ଖଜୁରୀ।ଖଜୁରୀରେ ୫୪ ପ୍ରତିଶତ ଚିନି ଓ ୭ ପ୍ରତିଶତ ପ୍ରୋଟିନ୍ ମିଳିଥାଏ। ହୃଦରୋଗୀଙ୍କ ପାଇଁ ଖଜୁରୀ ଖାଇବା ବହୁତ ଭଲ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ହୃଦରୋଗ ଥାଏ ତେବେ ସେ ଦିନକୁ ୩-୪ ଟି ଖଜୁରୀ ଖାଇବା ଉଚିତ୍। କାରଣ ଖଜୁରୀ ଶରୀରର କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣ କରିଥାଏ। ଯାହା ଦ୍ୱାରା ହାର୍ଟ ଆଟାକ୍ ସମ୍ଭାବନା କମ୍ କରିଥାଏ।ଯଦି ଆପଣ ପ୍ରତିଦିନରେ ନିୟମିତ ଖଜୁରୀର ସେବନ କରୁଛନ୍ତି। ତେବେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହା ଭିତରେ ଥିବା ଗ୍ଲୁକୋଜ୍ ଓ ଫ୍ରୁଟୋଜ୍ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ। ଆପଣଙ୍କ ଶରୀରରେ ରୋଗକୁ ଲଢିବା ପାଇଁ ଶକ୍ତି ଦେଇଥାଏ।ଯଦି ଆପଣ ଶୀତ ଦିନରେ ଖଜୁରୀ ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ଉର୍ଜାର କ୍ଷମତା ବଢ଼ିଥାଏ। ଏଥିରେ ଥିବା ପ୍ରାକୃତିକ ଶର୍କରା ଶରୀରରେ ଉର୍ଜା ବଢାଇଥାଏ।ଖଜୁରୀରେ ଭରପୁର ମାତ୍ରାରେ କାର୍ବୋହାଇଡ୍ରେଡ୍ ଓ ଫାଇବର୍ ମିଳିଥାଏ। ପେଟର ପାଚନ ଶକ୍ତିକୁ ଠିକ୍ ଖାଇବା ସହ ଭୋକ ବଢାଇଥାଏ।ଏଥିରେ ମିଳୁଥିବା ପ୍ରୋଟିନ୍ ଭିଟାମିନ୍ ଓ ମିନେରାଲସ୍ ଶରୀରରେ ଶକ୍ତି ପ୍ରଦାନ କରିଥାଏ। ତାହା ସହ ଖଜୁରୀରେ ବହୁତ ମାତ୍ରାରେ ଆଇରନ୍ ଥାଏ, ଅଧିକ ଥକ୍କି ପଡିବା କିମ୍ବା କମଜୋର୍ ଲାଗିବା ଦ୍ୱାରା ଶରୀରରେ ଆଇରନ୍‌ର ସମସ୍ୟା ଦେଖାଦେଇଥାଏ। ଯଦି ଦିନକୁ ୩-୪ଟି ଖଜୁରୀ ଖାଇବେ, ତେବେ ଶରୀରରେ ଆଇରନ୍‌ର ଅଭାବ ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *