ଫଗୁଣର ଫଗୁ ସାଙ୍ଗକୁ ଇନ୍ଦ୍ର ଧନୁର ସାତ ରଙ୍ଗରେ ରଙ୍ଗେଇ ହେଇ ଆସୁଥାଏ ରଙ୍ଗର ପର୍ବ ହୋଲି । ଯାହା ସମସ୍ତଙ୍କ ମନରେ ଭରି ଦିଏ ଆନନ୍ଦ ଉଲ୍ଲାସ ଓ ପ୍ରେମର ରଙ୍ଗ । ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥାଏ ରଙ୍ଗ ସାଙ୍ଗକୁ ହସ ଖୁସି ଓ ପ୍ରେମର ଆଭାସ । କୁହାଯାଏକି ଏହି ରଙ୍ଗର ପର୍ବ ପ୍ରଥମେ ଶ୍ରୀକୃଷ୍ଣଙ୍କ ମଥୁରା ନଗରୀଠୁ ଆରମ୍ଭ କରି ସବୁ ଆଡେ ପାଳିତ ହୋଇ ଯାଇଛି । ଖାଲି ଏତିକି ନୁହେଁ ଏବେ ଭାରତ ଛଡା ଭାରତ ବାହାରେ ମଧ୍ୟ ହୋଲି ପାଳନ ହେଉଥିବାର ମଧ୍ୟ ଦେଖା ଗଲାଣି । ତେବେ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ଖେଳ ହେଉଥିବାର ଆପଣ ମାନେ ଦେଖିଥିବେ । ହେଲେ ଆମେ ଆଜି ଆପଣ ମାନଙ୍କ ଏମିତି ଏକ ହୋଲି ପର୍ବ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିବାକୁ ଯେମିତି ନିଆରା ଆଉ ଏହାକୁ ପାଳନ କରିବାର ଅନୁଭୁତି ବି ନିଆରା । ଭୁବନେଶ୍ୱର ଏବଂ କଟକର ହୋଲି ଉତ୍ସବ ମଧ୍ୟରେ ବିପରୀତତା ସେମାନଙ୍କର ସ୍ୱତନ୍ତ୍ର ସହରାଞ୍ଚଳ ଚରିତ୍ରକୁ ପ୍ରତିଫଳିତ କରେ। ଏହାରି ମଧ୍ୟରେ କଟକ ସ୍ଥିତ ରେକୀ ମିଶନର ହୋଲି । ଯେଉଁଠାରେ ରଙ୍ଗରେ ନୁହେଁ ଫୁଲରେ ଖେଳାଯାଏ ହୋଲି । ଏଥି ସହ ଗଉଡ ପୁଅଙ୍କ ଲଉଡି ଖେଳ ସାଙ୍ଗକୁ ଅନେକ ସାଧି ସନ୍ଥଙ୍କ ସମାଗମ ହୋଇଥାଏ । ଆଉ ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ପରି ହୋଲି ଏକ ନିଆରା ଢଙ୍ଗରେ ପାଳିତ ହେବାକୁ ଯାଉଛି । ଯାହା ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି । ପୂଜ୍ୟ ଗୁରୁ ଶ୍ରୀ ଶ୍ରିସନ୍ଥ ଙ୍କ ମାର୍ଗଦର୍ଶନ ରେ ହେଉଥିବା ଏହି କାର୍ଯ୍ୟକ୍ରମ ସକାଳ ୯ଟା ରୁ ଆରମ୍ଭ ହୋଇ ଦିନ ୧ ଟା ପଯ୍ୟନ୍ତ ଚାଲେ, ଓଡ଼ିଶାର କୋଣ ଅନୁକୋଣ ରୁ ସାଧୁ ସନ୍ଥ ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ନିମନ୍ତ୍ରିତ କରାଯାଇ ସେମାନଙ୍କ ର ଅତିଥି ଚର୍ଚା ହେବା ପରେ ପରେ, ଗୋଟିଏ ପଟେ ଆରମ୍ଭ ହୁଏ ଲଉଡି ଖେଳ ଓ ପାଇକ ନୃତ୍ୟ, ଅନ୍ୟପଟେ ଲୋକ ମାନେ ଗୁରୁଜୀ ଙ୍କ ଦର୍ଶନ କରି ଆଶୀର୍ବାଦ ସ୍ୱରୂପ ମିଷ୍ଠାନ ଗ୍ରହଣ ଓ ଅନ୍ୟପଟେ ସୁସ୍ୱାଦୁ ଭୋଜନ ର ଭରପୁର ଆନନ୍ଦ ଉଲ୍ଲାସ ମଧ୍ୟରେ ସମସ୍ତେ ସମସ୍ତଙ୍କୁ ବିଭିନ୍ନ ଫୁଲ ଫୋପଡ଼ା ଫୋପଡି ରେ ପାଳିତ ହୋଇଥାଏ ଏହି ହୋଲି ପର୍ବ, ଯାହା ଆସନ୍ତା ୧୫ ତାରିଖ ରେ କଟକ ଖାପୁରିଆ ସ୍ଥିତ ରେକୀ ମିଶନ ଆଶ୍ରମ ରେ ଦେଖିବାକୁ ମିଳିବ.