• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନୀଳଗିରି ପୋଲିସ କୁ ବଡ଼ ସଫଳତା

Spread the love

ନୀଳଗିରି ଥାନା ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ର ଜୁରିଆପାଟଣା ଗ୍ରାମରୁ ଏକ ବେଆଇନ ମାଉଜର ଓ ଖଣ୍ଡା ଜବତ କରିବା ସହ ହନୁମାନ ପଇସା କାରବାରର ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ସାମଲକୁ ଗିରଫ କରିଛି ନୀଳଗିରି ପୁଲିସ।ସୂଚନା ରୁ ଜଣାଯାଇଛି,
ଉକ୍ତ ଅଭିଯୁକ୍ତ ଜଣକ ବହୁଦିନ ଧରି,ହନୁମାନ ପଇସା ର ଚମତ୍କାରିତା ଦେଖାଇ ,ବହୁଲୋକ ଙ୍କୁ ଲୁଟି ଚାଲିଥିଲା। ଏ ସଂପର୍କରେ ନୀଳଗିରି ଥାନା ଆଇ ଆଇ ସି ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ସୂଚନା ପାଇ, ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଙ୍କୁ ଜଣାଇଥିଲେ। ଶ୍ରୀ ମଲ୍ଲିକ ବାଲେଶ୍ବର ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଙ୍କୁ ଜଣାଇବା ସହିତ ତାଙ୍କ ପରାମର୍ଶ ଓ ନିର୍ଦ୍ଦେଶରେ ଏକ ସତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଥିଲା। ଗତକାଲି ନୀଳଗିରି ପୋଲିସ କୁ ଏକ ବଡ଼ ସଫଳତା ମିଳିଛି ବୋଲି ଡିଆଇଜି ସମ୍ବାଦଦାତା ସମ୍ମିଳନୀ ରେ ପ୍ରକାଶ କରିଥିଲେ। ଆସାମୀ କାର୍ତ୍ତିକ ସହିତ ଗୋଟିଏ ମାଉଜର ,ଚାରି ଗୋଟି ଜୀବନ୍ତ ଗୁଳି, ଗୋଟାଏ ବଡ଼ ଖଣ୍ଡା, ପାଞ୍ଚ ଗୋଟି ହନୁମାନ ପଇସା, ଚାରିଗୋଟି ଗୋଲେଇ ଆକାରରେ ଚୁମ୍ବକ , ଅରୁଆ ଚାଉଳ, ଛୁଞ୍ଚି ,ବ୍ଲେଡ ଖଣ୍ଡ ,ଜବତ କରିଥିବା ପ୍ରକାଶ କରିବା ସହିତ ହନୁମାନ ପଇସା କିପରି ଚମତ୍କାରିତା ଦେଖାଉଛି ଓ ଲୋକଙ୍କୁ କିପରି ଠକାଯାଉଛି ,ତାହା ଆସାମୀ ରଜନୀ କୁ ନେଇ ସିନ ରିକ୍ରିଏସନ କରାଇଥିଲେ। ଏତତ୍ ବ୍ୟତିତ ଉକ୍ତ ଆସାମୀ ଲୋକଙ୍କ ଠାରୁ ଠକି ରଖିଥିବା ୨ ଲକ୍ଷ ୩୫ ହଜାର ଟଙ୍କା ଜବତ କରିଥିଲେ।ଆଗାମୀ ତଦନ୍ତରେ ଏ ଚେର କେତେ ଲମ୍ବା ଆଉ କିଏ କିଏ ସାମିଲ ଅଛନ୍ତି ତାହା ଜଣାପଡିବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *