• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମୋବାଇଲକୁ ଆସୁନି ମେସେଜ କିନ୍ତୁ ଖାତାକୁ ଆସୁଛି ସୁଭଦ୍ରା ଟଙ୍କା

Spread the love


ପୁଣି ଆକାଉଣ୍ଟକୁ ଆସିଲା ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ।ମହିଳା ଦିବସ ଉପଲକ୍ଷେ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ମହିଳାଙ୍କୁ ଖାତାକୁ ଆସୁଛି ୫ ହଜାର ଟଙ୍କା । ଯୋଗ୍ୟ ହିତାଧିକାରୀ ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ପାଇସାରିଛନ୍ତି ସେମାନଙ୍କୁ ଟଙ୍କା ଆସୁଛି ।ମହିଳା ହିତାଧିକାରୀଙ୍କ ମିଳିଲା ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକାସାଙ୍ଗରେ ୧ କୋଟି ୬୪ ହଜାର ହିତାଧିକାରୀଙ୍କୁ ପଠାଗଲା ଟଙ୍କା । ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାରଙ୍କ ବଡ଼ ଉପହାର । ବ୍ରହ୍ମପୁର ଆମ୍ବପୁଆରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାରଙ୍କ ବଡ଼ ପ୍ରୟାସ ।ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହିଳା ଦିବସରେ କୋଟିଏରୁ ଅଧିକ ସୁଭଦ୍ରାଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପ୍ରତି ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ପୁଣି ୫ ହଜାର ଟଙ୍କା ।ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ସୁଭଦ୍ରା କିସ୍ତି ଅର୍ଥ ବାବଦରେ ମୋଟ ୫ ହଜାର ୩୨ କୋଟି ଟଙ୍କା ପଇଠ କରିଛନ୍ତି । ବ୍ରହ୍ମପୁର ଆମ୍ବପୁଆରୁ ସୁଭଦ୍ରା ଦ୍ବିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ତେବେ ସୁଭଦ୍ରା ଟଙ୍କା ଖାତାକୁ ଆସିବା ମାତ୍ରେ ମୋବାଇଲକୁ ମେସେଜ୍‌ ଆସୁଛି । ‘ସୁଭଦ୍ରା ଯୋଜନାରେ ଆପଣଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା ହେଲା’ । ଏମିତି ମେସେଜ୍ ପ୍ରାୟ ହିତାଧିକାରୀଙ୍କ ମୋବାଇଲକୁ ଇନବକ୍ସ ମାଧ୍ୟମରେ ଆସୁଛି ।କିନ୍ତୁ ବେଳେ ବେଳେ କିଛି ବୈଷୟିକ ତ୍ରୁଟି ପାଇଁ ମୋବାଇଲକୁ ମେସେଜ୍ ଆସିନଥାଏ । କିନ୍ତୁ ଆକାଉଣ୍ଟରେ ଟଙ୍କା ଜମା ହୋଇଯାଇଥାଏ । ଏଭଳି ସ୍ଥିତିରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ।ମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ସରକାର । ଯଦି ମୋବାଇଲକୁ ମେସେଜ୍‌ ଆସିନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ।ସକାରଣ ବ୍ୟାଙ୍କ ଖାତାକୁ ଟଙ୍କା ଆସିଥିବ । ସିଧାସଳଖ ବ୍ୟାଙ୍କୁ ଯାଇ ପାସବୁକ୍ ଅପଡେଟ୍‌ କରିଲେ ବି ଜାଣିପାରିବେ ଯେ ଟଙ୍କା ଆସିଛି କି ନାହିଁ ।କିନ୍ତୁ ସମୟ ସମୟରେ ବ୍ୟାଙ୍କରେ ବୈଷୟିକ ତ୍ରୁଟି କିମ୍ବା ଅନ୍ୟ କିଛି ସମସ୍ୟା ପାଇଁ ମୋବାଇଲକୁ ମେସେଜ୍‌ ଆସିନଥାଏ । କିନ୍ତୁ ଏ କ୍ଷେତ୍ରରେ ସୁଭଦ୍ରା ଟଙ୍କା ଆସିଛି କି ନାହିଁ ସେ ନେଇ ଦ୍ବନ୍ଦ୍ବରେ ଥିଲେ ଆପଣ ପାସବୁକ୍‌ ଅପଡେଟ୍‌ କରି ଜାଣିପାରିବେ 

Leave a Reply

Your email address will not be published. Required fields are marked *