• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆକାଉଣ୍ଟ ଭତ୍ତା ଧାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ

ByOdishri Khabar

May 25, 2025
Spread the love

ଆଉ ଦିନକ ପରେ ଆସିବ ସାବିତ୍ରୀ ଅମାବାସ୍ୟା । ଯେଉଁ ଏକାଉଣ୍ଟ୍ ଧାରୀଙ୍କ ଖାତାକୁ ଏ ଯାଏଁ ପଇସା ଆସିନି ସେମାନେ କ’ଣ ଆଉଥରେ ଅଲଗା ସାବିତ୍ରୀ ବ୍ରତ ପାଳନ କରିବେକି ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛି ମାନନୀୟ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମହୋଦୟ ଦୟାକରି ଟିକେ ବିଶେଷ ଧ୍ୟାନ ଦେବେ । ଆମରି ଟ୍ୟାକ୍ସ ଜମାରୁ ଭତ୍ତା ମିଳୁଛି । ତାହା ପୁଣି ପଞ୍ଚାୟେତ ବାଲା ହାତରେ ପାଇବେ ୧୫ ରୁ ୨୦ ତାରିଖ ଭିତରେ ଏବଂ ଏକାଉଣ୍ଟ୍ ଧାରୀ ପାଇବେ ମାସ ଶେଷରେ ଏ କି ପ୍ରକାରର ନ୍ୟାୟ କିଛି ବୁଝି ହେଉନି । ଏକାଉଣ୍ଟ୍ ଧାରୀଙ୍କ ପାଇଁ ଏତେ ବୈମାତୃକ ମନୋଭାବ କାହିଁକି । ଏକାଉଣ୍ଟ୍ ଧାରୀଙ୍କ ଭିତରେ ଅନେକ ଭିନ୍ନକ୍ଷମ , ପରିବାର ପୋଷଣ କାରୀ ଓ ଅନ୍ୟାନ୍ୟ ଥିବା ବେଳେ ଏଇଟା ପ୍ରଥମ ମାସ ନୁହେଁ ଯେ ଡେରି ହେଲା ବିଗତ ଛ ମାସରୁ ଉର୍ଦ୍ଧ୍ଵ ହେବ ଏହି ଖେଳ ଚାଲିଛି । ଯଦି ଅସୁବିଧା ହେଉଛି ତେବେ ସମସ୍ତିଙ୍କୁ ପଞ୍ଚାୟେତରେ ହାତରେ ଦିଆଯାଉ ସମୟ ସୀମା ଭିତରେ । ମାନନୀୟ ରାଜ୍ୟ ସରକାର ମହୋଦୟ ଥରେ ଭତ୍ତା ଧାରୀଙ୍କ କଥା ଟିକିଏ ସୁସ୍ଥ ମସ୍ତିଷ୍କରେ ଚିନ୍ତା କରି ଦେଖନ୍ତୁ ଯେ ସେମାନେ କିଭଳି ଜଳୁଛନ୍ତି । ଓଳିଏ ଖାଇଲେ ଅନ୍ୟ ଓଳି ପାଣିପିଇ ଚଳାଇ ନେଉଛନ୍ତି । ସେଥିରେ ପୁଣି ଭତ୍ତା ଟିକକ ମନଇଛା ଦିଆଗଲେ ସେମାନେ ଚଳିବେ କେମିତି ଥରେ ଚିନ୍ତା କରିଛନ୍ତି କି କେବେହେଲେ । ଏକାଉଣ୍ଟ୍ ଧାରୀଙ୍କ ଭତ୍ତା ମିଳିଲେ ସେମାନେ ଆଉଥରେ କେବେ ହୁଏତ ସାବିତ୍ରୀ ପାଳି ପାରନ୍ତି । ସମଗ୍ର ରାଜ୍ୟ ଏହି ଅସୁବିଧା ଭୋଗ କରୁଛି ନା ପଶ୍ଚିମ ଓଡିଶା କୁ ଏଭଳି କରାଯାଉଛି । ଦେଖିବାକୁ ବାକି ରହିଲା ମାନ୍ୟବର ରାଜ୍ୟ ସରକାର କେତେ ଶୀଘ୍ର ପଦକ୍ଷେପ ନେବେ ।
ବରିଷ୍ଠ ସାମ୍ବାଦିକଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *