• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଜିଠୁ ଆରମ୍ଭ ହେବ ଆବାସ ସର୍ଭେ

Spread the love

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ଆଜିଠୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍‌ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡରେ କୋହଳ କରିଛନ୍ତି ସରକାର। ପୂର୍ବରୁ ଥିବା ହିତାଧିକାରୀଙ୍କ ପରିବାରର ମାସିକ ଆୟ ସୀମା ୧୦ ହଜାରରୁ ୧୫ ହଜାର କରାଯାଇଛି।ମାନେ ପରିବାରର ମାସିକ ଆୟ ୧୫ ହଜାର ଟଙ୍କା ଥିଲେ PMAY ପାଇଁ ଯୋଗ୍ୟ ବିବେଚିତ ହେବେ। ଦୁଇ ଚକିଆ ଯାନ, ଫ୍ରିଜ, ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଦେଢ଼ରୁ ୨ ମାସ ଚାଲିବ ଆବାସ ସର୍ଭେ। ଆବେଦନକରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀସଭା କରି ସଚେତନ କରିସାରିଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *