• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଇଉଜରଙ୍କ ପାଇଁ ହାଇ ଆର୍ଲଟ

Spread the love

ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଆଉ ମାଗଣାରେ ଆପଣ ଫେସବୁକ୍ ଓ ଇନଷ୍ଟାଗ୍ରାମ ଚଲାଇପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ହେବ । ଆଜ୍ଞା ହିଁ, ଏହି ଖବର ଏବେ ବେଶ୍ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ଏହାପଛର ସତ୍ୟତା…ଆଜିକା ଦିନରେ ସମସ୍ତେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି। ବିଶ୍ୱର ଅନେକ ଲୋକ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି। କିନ୍ତୁ ଏବେ ମେଟା ଏହି ଦୁଇଟି ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କଠାରୁ ମାସିକ ଟଙ୍କା ନେବାକୁ ଯାଉଛି।ଏପର୍ଯ୍ୟନ୍ତ ଭାରତରେ ଏଗୁଡ଼ିକୁ ବ୍ୟବହାର କରିବା ପାଇଁ କୌଣସି ଶୁଳ୍କ ଲାଗୁ କରାଯାଇ ନାହିଁ। କିନ୍ତୁ ମେଟା ଏବେ ଏକ ନୂତନ ରୁଲ୍ ଆଣିବାକୁ ଚିନ୍ତା କରୁଛି। ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିପାରେ।ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ବିଜ୍ଞାପନ ଦେଖିବାକୁ ଚାହୁଁନାହାଁନ୍ତି, ସେମାନଙ୍କୁ ଏଥିପାଇଁ ସବସ୍କ୍ରିପସନ ନେବାକୁ ପଡିବ। ଏହା ପରେ ଆପଣଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ବିଜ୍ଞାପନ ଆସିବ ନାହିଁ ।ମେଟା ୟୁକେରେ ରହୁଥିବା ଉପଭୋକ୍ତାଙ୍କ ପାଇଁ ଏକ ସବସ୍କ୍ରିପସନ୍ ମଡେଲ୍ ପ୍ରଚଳନ କରିବାକୁ ଯୋଜନା କରୁଛି। ଏହି ନୂତନ ନୀତି ସେହି ଉପଭୋକ୍ତାଙ୍କ ପାଇଁ ଯେଉଁମାନେ ଫିଡରେ ବିଜ୍ଞାପନ ଦେଖିବାକୁ ପସନ୍ଦ କରନ୍ତି ନାହିଁ।ରିପୋର୍ଟ ଅନୁଯାୟୀ, ମେଟା ପୂର୍ବରୁ ୟୁରୋପୀୟ ୟୁନିଅନ (EU)ରେ ବିଜ୍ଞାପନ-ମୁକ୍ତ ସଦସ୍ୟତା ସେବା ପ୍ରଦାନ କରୁଛି। ଏପରି ପରିସ୍ଥିତିରେ, ଏବେ କମ୍ପାନୀ ବ୍ରିଟେନରେ ମଧ୍ୟ ବିଜ୍ଞାପନ-ମୁକ୍ତ ସଦସ୍ୟତା ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।ମେଟାର ଏହି ନିଷ୍ପତ୍ତି ଏକ ଆଇନଗତ ମାମଲା ସହିତ ଜଡିତ। କମ୍ପାନୀ ବ୍ରିଟେନରେ ରହୁଥିବା ବ୍ୟକ୍ତିବିଶେଷଙ୍କୁ ବ୍ୟକ୍ତିଗତ ବିଜ୍ଞାପନ ଦେଖାଇବା ବନ୍ଦ କରିବାକୁ ରାଜି ହୋଇଥିଲା। ଏହି ମାମଲାର ଶୁଣାଣି ଲଣ୍ଡନ ହାଇକୋର୍ଟରେ ହୋଇଥିଲା। ମାମଲାକୁ ଏଡାଇବା ପାଇଁ ମେଟା ଏହି ମାମଲାରେ ରାଜି ହୋଇଥିଲା।ମାନବାଧିକାର କର୍ମୀ ତାନ୍ୟା ଓ’କାରେଲ ୨୦୨୨ ମସିହାରେ ମେଟା ବିରୁଦ୍ଧରେ ୧.୫ ଟ୍ରିଲିୟନ ଡଲାର (ପ୍ରାୟ ୧୨.୮ ଲକ୍ଷ କୋଟି ଟଙ୍କା) ମାମଲା ଦାୟର କରିଥିଲେ। ତାନ୍ୟା ତାଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟାକରଣ କରି ମେଟା ଉପରେ ୟୁକେ ଡାଟା ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଥିଲେ।ସେମାନଙ୍କର ତଥ୍ୟ ଚୋରି କରାଯାଇଛି ଏବଂ ସେମାନଙ୍କୁ ବିଜ୍ଞାପନ ଦେଖାଯାଇଛି। ୟୁକେ ଡାଟା ପ୍ରୋଟେକ୍ସନ ଅଥରିଟି ତାନ୍ୟାଙ୍କ ମାମଲାକୁ ସମର୍ଥନ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ଯେଉଁମାନେ ଅନଲାଇନ୍ ଟାର୍ଗେଟେଡ୍ ବିଜ୍ଞାପନ ବିରୋଧରେ ଠିଆ ହେବାକୁ ଚାହାଁନ୍ତି ସେମାନେ ସେମାନଙ୍କୁ ସମର୍ଥନ କରିବେ।

Leave a Reply

Your email address will not be published. Required fields are marked *