• Tue. Apr 21st, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଜି ଅନ୍ତର୍ଜାତୀୟ ମହିଳା ଦିବସ

Spread the love

ସମ୍ମିଳିତ ସମସ୍ତଙ୍କ ସଦସ୍ୟଙ୍କ ସହମତି କ୍ରମେ ବିଶ୍ବ ମହିଳା ଦିବସର ଅବଧାରଣା କରାଗଲା। ପାଶ୍ଚାତ୍ୟ ଦେଶମାନଙ୍କରେ ବିଶ୍ବ ମହିଳା ଦିବସ ୧୯୭୭ ମସିହା ପରେ ଅଧିକ ଲୋକପ୍ରିୟ ହେଲା ଯେତେବେଳେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ତେବେ ୧୯୯୬ରେ ପ୍ରଥମଥର ପାଇଁ ଥିମ୍‌ ଉପରେ ଏହି ଦିନକୁ ପାଳନ କରାଯାଇଥିଲା।

ଚଳିତ ବର୍ଷ ମହିଳା ଦିବସର ଥିମ୍ ରହିଛି, ଏକ୍ସିଲରେଟ୍ ଆକ୍ସନ୍, ଅର୍ଥାତ୍ ଲିଙ୍ଗଗତ ସମାନତା ଦିଗରେ ତ୍ୱରିତ ପଦେକ୍ଷେପ ପାଇଁ ଆହ୍ୱାନ । ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି ନାରୀ । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କିମ୍ୱା କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ଦିଗରେ ଆଜି ସାରା ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *