• Tue. Apr 21st, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମୁଖ୍ୟମନ୍ତ୍ରୀଙ୍କ ଆଭାସି କାର୍ଯ୍ୟକ୍ରମରେ

Spread the love

ମୁଖ୍ୟମନ୍ତ୍ରୀଙ୍କ ଆଭାସି କାର୍ଯ୍ୟକ୍ରମରେ ଉଦଘାଟିତ ହେଲା ସମଲ ଆତ୍ୟାଧୁନିକ ଥାନା !

ସୋନ୍ଦର୍ୟ୍ଯରେ ଭରି ରହିଛି ସମଲ ର ନୂତନ ଥାନା !

ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଆଭାସି କାର୍ଯ୍ୟକ୍ରମରେ ଉଦଘାଟିତ କଲେ ସମଲ ଥାନା !

ଆସନ୍ତୁ ଦେଖିବା ସୁନ୍ଦର୍ୟ୍ଯ ସୁନ୍ଦରଭରା ସମଲ ଥାନା ର ଦୃଶ୍ୟ !

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ :ସମଲ ଠାରେ ଅତ୍ୟାଧୁନିକ ଥାନା ଗୃହ ଉଦ୍ଘାଟିତ ହୋଇଯାଇଅଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ସମଲ ଥାନା ସହିତ ଅନ୍ୟ ୧୩ଟି ପ୍ରମୁଖ ଥାନା ଯଥା ଅନଗୁଳ ଜିଲ୍ଲାର ସମଲ ଥାନା , ଅନୁଗୋଳ ସଦର ଥାନା,କୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ତେବେ ସମଲ
ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବି ଅନୁଯାୟୀ ଏହି ନୂତନ ଥାନା ଗୃହ ଉଦ୍ଘାଟିତ ହୋଇଥିବା ବେଳେ ଅଂଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି।ଏହି ଅବସରରେ ସମଲ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମଲ ଥାନା ଅଧୀନ ରେ ଥିବା ସମସ୍ତ ଗ୍ରାମର ସଭାପତି, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବଜାର କମିଟି, କଣିହାଁ ବ୍ଲକ ଅଧକ୍ଷ, ଅଞ୍ଚଳରେ ଥିବା ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅତ୍ୟାଧୁନିକ ଥାନାରେ ସିସିଟିଭି ବ୍ୟବସ୍ଥା ସହ ଅଭ୍ୟର୍ଥନା କକ୍ଷ,ଅପେକ୍ଷା ଗୃହ ରହିଥିବା ବେଳେ ଥାନା କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଅତ୍ୟାଧୁନିକ କରାଯାଇଛି।ତେବେ ଥାନାକୁ ଆସୁଥିବା ସାଧାରଣ ଲୋକେ ଯେମିତି ନ୍ୟାୟ ପାଇବାରୁ ବଞ୍ଚିତ ନ ହେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପୁଲିସ ବିଭାଗକୁ ପରାମର୍ଶ ଦେଇଥିଲେ । ଅନୁଗୋଳ ଜିଲ୍ଲା ଆଡିସିନାଲ୍ ଏସପି, ତାଳଚେର ଏଡିପିଓ, ସମଲ ଥାନା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ଖିଲାର, ସମେତ କଣିହାଁ ଥାନା ଅଧିକାରୀ, ଏନ ଟି ପି ସି ଥାନା ଅଧିକାରୀ, ତାଳଚେର କଲିୟରି ଥାନା ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ସମଲ ଥାନାର ସବ୍ ଇନ୍ସପେକ୍ଟର ବିଚିତ୍ରା ନନ୍ଦ ସାହୁ, ନୀରୋଜକାନ୍ତ ବେହେରା, ଅଜିତ୍ କୁମାର ନାଏକ, ରବି ନାରାୟଣ ବେହେରା, ମାନସ ସାହୁଙ୍କ ସମେତ ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଯାଇଥିଲା !

Leave a Reply

Your email address will not be published. Required fields are marked *