• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଦିବାସୀ ସଂପ୍ରଦାୟ ପକ୍ଷରୁ ପାଳିତ ହୋଇଛି ପ୍ରସିଦ୍ଧ ମାଗେ ପରବ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଦିବାସୀ ସଂପ୍ରଦାୟ ହୋ ସମାଜର ସଂସ୍କୃତି, ପରମ୍ପରା ଓ ସ୍ବାଭିମାନର ପ୍ରସିଦ୍ଧ ପର୍ବ ହେଉଛି ମାଗେ ପରବ। ନିଜର ପୂର୍ବ ପୁରୁଷଙ୍କୁ ମନେ ପକାଇ ଆନନ୍ଦ ଉଲ୍ଲାସରେ ନାଚଗୀତ ସାଙ୍ଗକୁ ମାରାଙ୍ଗ ବୁରୁଙ୍କ ପୂଜାର୍ଚ୍ଚନା କରି ଏହି ପର୍ବକୁ ପାଳନ କରିଥାନ୍ତି ଆଦିବାସୀ ସଂପ୍ରଦାୟ। ମାଘ ମାସରେ ପର୍ବଟି ପାଳନ ହେଉଥିବାରୁ ଏହାକୁ ମାଗେ ପରବ ବୋଲି କୁହାଯାଏ। ଏହି ଉପଲକ୍ଷେ ଟାଙ୍ଗୀ-ସାଲେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ସ୍ଥିତ ବେଲପଡିଆ ଗ୍ରାମର ଆଦିବାସୀ ସଂପ୍ରଦାୟ ଲୋକେ ପର୍ବଟିକୁ ଉତ୍ସାହର ସହ ପାଳନ କରିଛନ୍ତି। ଆଗାମୀ ୭ଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳନ ହେବାକୁ ଥିବା ବେଳେ ଟାଙ୍ଗୀ- ସାଲେପୁର ନିର୍ବାଚନ ମଣ୍ଡଳୀର ଦକ୍ଷ ବିଜେପି ସଂଗଠକ ହିମାଂଶୁ କୁମାର ମହାନ୍ତି ଏହି ଉତ୍ସବକୁ ଉଦଘାଟନ କରିଥିଲେ। ପ୍ରତିବର୍ଷ ବେଲପଡିଆ ଗ୍ରାମର ଆଜାଦ ହିନ୍ଦ୍ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥାଏ ଏହି ମାଗେ ପରବ। କ୍ଲବର ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ହିମାଂଶୁ ପ୍ରଶଂସା କରିବା ସହିତ ସେମାନଙ୍କ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରଖିବେ ବୋଲି ଅନୁଷ୍ଠିତ ଉତ୍ସବରେ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *