ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ପିଏମ କିସାନ ସମ୍ମାନ ନିଧି । ଆପଣ ବି ପିଏମ କିସାନରେ ଆବେଦନ କରିଛନ୍ତି, ଜାଣନ୍ତୁ ବଡ଼ ଅପଡେଟ । ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ପିଏମ କିସାନ ସମ୍ମାନ ନିଧି ।ଆପଣ ବି ପିଏମ କିସାନରେ ଆବେଦନ କରିଛନ୍ତି ଓ ପୂର୍ବ କିସ୍ତିରୁ ବଞ୍ଚିତ ଅଛନ୍ତି, ତେବେ ଜାଣନ୍ତୁ ବଡ଼ ଅପଡେଟ । ଆଗାମୀ କିସ୍ତି ଆଗରୁ ଯଦି ନ କରିବେ ଏହି କାମ, ତାହାଲେ ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ପିଏମ କିସାନ ଟଙ୍କା । ପିଏମ କିସାନ ଯୋଜନାରେ ଆବେଦନ କରିଥିଲେ ମଧ୍ୟ କିଛି ଆକାଉଣ୍ଟକୁ ଟଙ୍କା ଆସିଥିବା ବେଳେ କିିଛି ଜଣ ଏବେ ବି ଅପେକ୍ଷା କରିଛନ୍ତି । ଟଙ୍କା କେବେ ଆସିବ ସେ ନେଇ ସେମାନେ ହତାଶ ମଧ୍ୟ ହୋଇଗଲେଣି । ଏହାରି ଭିତରେ ଏକ ବଡ଼ ଅପଡେଟ ଭିତରେ ସେମାନେ ବୋଧେ ଅବଗତ ହୋଇ ନାହାଁନ୍ତି। ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପିଏମ କିସାନ ଟଙ୍କା ଯିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । କିଛି ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ଆସିନାହିଁ । ସେମାନେ ଆପ୍ଲାଏ କରିବାର ଦୀର୍ଘ ଦିନ ବିତିଥିଲେ ବି କାହିଁକି ଟଙ୍କା ଆସୁନାହିଁ ସେନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ତେବେ କେଉଁମାନଙ୍କ ଖାତାକୁ ପିଏମ କିସାନ ଟଙ୍କା ଯିବ ଆସନ୍ତୁ ପୂରା ଜାଣିବା ।କେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ଓ କେଉଁ ଖାତାକୁ ଟଙ୍କା ଆସିବ ନାହିଁ । ବ୍ୟାଙ୍କ ଖାତାରେ ଆଧାର ଇକେୱାସି ସମସ୍ୟା କିମ୍ୱା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ୱ ହେବ କିମ୍ୱା ଅଟକି ଯିବ । ସରକାରଙ୍କ ଅନୁଯାୟୀ ପିଏମ କିସାନ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ।ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବ । ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ NPCI କ୍ଲିୟର ଥିବ । ଯଦି ଏମିତି ସୁବିଧା ନଥିବ ତେବେ ସେହି ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ । କେବଳ ସେତିକି ନୁହେଁ ଆଧାର ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ଟଙ୍କା ଆସିବ । କିଛି ହିତାଧିକାରୀଙ୍କର ବ୍ୟାଙ୍କ ଆକାଉଣ୍ଟ ଥିଲେ ବି ସେମାନଙ୍କୁ ପିଏମ କିସାନ ଟଙ୍କା ଆସିନାହିଁ । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେସବୁ ଆକାଉଣ୍ଟକୁ ଯିବନି ପିଏମ କିସାନ ଟଙ୍କା ।ବିହାରରେ e-KYC କରିନଥିବା ଲୋକଙ୍କ ସଂଖ୍ୟା ୫୨୦ଲଥିବା ବେଳେ, NPCI ପାଇଁ ମଧ୍ୟ ୪୮୫୩ ଚାଷୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ସହିତ ଲିଙ୍କ୍ କରାଯାଇ ନାହିଁ। ଏପରି ହିତାଧିକାରୀ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୯ତମ କିସ୍ତି ମିଳିବ ନାହିଁ। ଏଥିପାଇଁ, ଚାଷୀମାନଙ୍କୁ ୧୫ ଫେବୃଆରୀ ସୁଦ୍ଧା ଇ-କେୱାଇସି କରିବାକୁ ବାଧ୍ୟତାମୂଳକ କରାଯାଇଛି।ଯେଉଁ ଚାଷୀମାନେ e-KYC ଏବଂ NPCI କରୁନାହାଁନ୍ତି ସେମାନେ ପରବର୍ତ୍ତୀ କିସ୍ତି ପାଇବାରୁ ବଞ୍ଚିତ ହେବେ। ଏହି ଯୋଜନାର ଲାଭ ପାଇବା ପାଇଁ ଏପରି ଚାଷୀମାନଙ୍କୁ ଯେକୌଣସି ମୂଲ୍ୟରେ ଫେବୃଆରୀ ୧୫ ଅର୍ଥାତ ସୁଦ୍ଧା ସେମାନଙ୍କର e-KYC ଏବଂ NPCI କରିବାକୁ ପଡିବ ।