▪ଖରାଦିନରେ ଗରମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପଦକ୍ଷେପ, ପୌରାଞ୍ଚଳ ଗୁଡିକୁ ଏସଓପି ଜାରି।
▪ପଞ୍ଚମ ଥର ପାଇଁ ଇ କେଓ୍ବାଇସି ଅବଧି ବୃଦ୍ଧି। ମାର୍ଚ୍ଚ ୩୧ ଯାଏଁ ବଢିଲା।
▪ବହି ବଦଳ, ୪୭,୭୧୦ ସ୍କୁଲକୁ ଯିବ ନୂଆ ବର୍ଣ୍ଣବୋଧ, ୫୦ ହଜାର ଛାପିବେ ସରକାର।
▪ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟ କହିଲା, ୨୦୨୪-୨୫ ରେ ଆର୍ଥିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ।
▪ବିଧାନସଭା ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ। ପାଣ୍ଡିଆନଙ୍କ ଚକ୍ରାନ୍ତ ପାଇଁ ଗୃହ ଚାଲିପାରୁନି ବୋଲି ବିଜେପିର ଅଭିଯୋଗ।
▪ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ, ଚୂନରା ସେବାୟତଙ୍କ ଦ୍ୱାରା ସ୍ଥାପନ ହେଲା।
▪ଆସନ୍ତା ୧୭ ଏବଂ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।
▪ରାଜ୍ୟର ଗଳିକନ୍ଦିରେ ଦାଢୀ ଵାଲା ବାଙ୍ଗଲାଦେଶୀ ଭର୍ତ୍ତି। ବିଭିନ୍ନ ରୂପରେ, ଠେଲା ଵାଲା, ମିସ୍ତ୍ରୀ, ଉଠାଦୋକାନୀ, ପୁରୁଣା ଜିନିଷ ବିକ୍ରୀଵାଲା। ସମସ୍ତ ଜିଲ୍ଲାର ମନ୍ଦିର ଗୁଡିକରେ ଚୋରି ବୃଦ୍ଧି। ପ୍ରଶାସନ ନୀରବ।
▪ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ବିନା ଅନୁମତିରେ ଛୁଟି ନେଇ ପାରିବେନି ଆଇଏଏସ।
▪ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡ଼ିଶା ପ୍ରଥମ, ରାୟଗଡା ଜିଲ୍ଲାରେ ୩୦ ପ୍ରତିଶତ ରୋଗୀ।
▪ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗରେ ବନ୍ୟା ନିୟନ୍ତ୍ରଣ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ, ଦୟାନଦୀକୁ ପରିଦର୍ଶନ କଲେ ସର୍ବୋଚ୍ଚ ଯନ୍ତ୍ରୀ।
▪ରାଜ୍ୟ କଂଗ୍ରେସର ସସପେନସନ ପ୍ରତ୍ୟାହାର, ସୁର ଫେରିଲେ ଦଳକୁ। ନଡ଼ିଆ ବାଡେଇଲେ, କାନ୍ଦିଲେ।
▪ଓଡିଶା କ୍ରିକେଟ ଆସୋସିଏସନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି ।
▪ଗଞ୍ଜାମ ଗୋଳନ୍ଥରା ହଳଦିଆ ପଦର ଓଭରବ୍ରିଜ ଉପରେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଓ ଅଳଙ୍କାର।
▪ପିଲାଙ୍କ ଉପରେ ପାଠପଢ଼ା ଚାପ । କଟକରେ ପାଞ୍ଚ ବର୍ଷରେ ୧୯ ଜଣ ଛାତ୍ରଛାତ୍ରୀ କଲେଣି ଆତ୍ମହତ୍ୟା।