୫୪ବର୍ଷ ପରେ ପ୍ରଥମ ଥର ପାଇଁ ରୋଟାରୀ ଗଭର୍ଣ୍ଣର ଭାବେ ବିପୁଳ ଭୋଟ ରେ ରୋଟାରୀଆନ ଇନ୍ଦ୍ରଜିତ ସାହୁ ବିଜୟ ହେଲେ।
ଭଦ୍ରକ ରୋଟାରୀ କ୍ଳବ୍ ର ପୂର୍ବତନ ସଭାପତି ତଥା ମିଶନ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ରୋ ଇନ୍ଦ୍ରଜିତ ସାହୁ ଓଡ଼ିଶାର ରୋଟାରୀ ଗଭର୍ଣ୍ଣର ଭାବେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି।ଗୋପାଳପୁର ସ୍ଥିତ ମେ ଫେୟାର ହୋଟେଲରେ ତିନିଦିନ ବ୍ୟାପୀ ରୋଟାରୀ ସମ୍ମିଳନୀରେ ଓଡ଼ିଶାରୁ ୧୦୦୦ ରୁ ଅଧିକ ରୋଟାରିଆନ ଯୋଗଦେଇଥିଲେ।୩୧ ତାରିଖ ସୋମବାର ଦିନ ରୋଟାରୀ ଗଭର୍ଣ୍ଣର ଇଲେକ୍ସନ ରେ ଭଦ୍ରକ ରୋଟାରୀ କ୍ଳବ୍ ରୁ ରୋ ଇନ୍ଦ୍ରଜିତ ସାହୁ ୧୧୪ ଖଣ୍ଡ ଭୋଟ ପାଇ ନିର୍ବିବାଦରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭୁବନେଶ୍ୱର ସେଣ୍ଟେନିଆଲ କ୍ଳବ୍ ର ରୋ ମୃଣାଳ ନାୟକ ଙ୍କ ଠାରୁ ୭୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ।ରୋ ନାୟକ ୩୬ ଖଣ୍ଡ ଏବଂ ତୃତୀୟ ପ୍ରାର୍ଥୀ ଏସ ଏସ ହରିଚନ୍ଦନ ମାତ୍ର ୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ।