ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡ ଇପିଙ୍ଗ ବ୍ରାହ୍ମଣ ସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ବେଟି ବଚାଅ,ବେଟି ପଢାଅ କାର୍ଯ୍ୟକ୍ରମ ତା. ୨୯-୦୭-୨୫ ମଙ୍ଗଳ ବାର ଦିନ ଅଙ୍ଗନ ୱାଡି କର୍ମୀ ଶ୍ରୀମତୀ ସସ୍ମିତା ସାହୁଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି । ଇପିଙ୍ଗ ଓ ସନ୍ତୋଷ ପୁର ଗ୍ରାମର ୪୦ରୁ ଉର୍ଦ୍ଧ ମହିଳା ଓ କିଶୋରୀ ବାଳିକାମାନେ ଯୋଗଦେଇ ମହିଳା ମାନେ ଅସୁରକ୍ଷିତ ହେଲେ ୧୮୧ କୁ କଲ କରିବା ଓ ଶିଶୁ ମାନଙ୍କ ପାଇଁ ୧୦୯୮ ର ସରକାରୀ ସୁବିଧା ଓ ୧୧୨ସୁବିଧା ବିଷୟରେ ଜାଣିବାକୁ ପାଇଥିଲେ ଏଥି ସହିତ ଆଲୋଚନା ଓ ସ୍ଲୋଗାନ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ସସ୍ମିତା ସାହୁ ସରକାରଙ୍କ ସୁବିଧା ବିଷୟରେ ସମସ୍ତଙ୍କୁ ଆଲୋକ ପାତ କରାଇଥିଲେ । ସହ କର୍ମୀ ସୁନତି ମହାପାତ୍ର, ଙ୍କ ସହିତ ୪୦ ରୁ ଉର୍ଦ୍ଧ ମହିଳା ଓ କିଶୋରୀ ବାଳିକା ସହ ଛୋଟ ଛୋଟ ଶିଶୁ ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।