ନିରୀ ନିର୍ଯାତିତ ସମାଜରେ ପୁରୁଷଟିଏ ଅସହାୟ l ସରକାରୀ ଅଇନି କାନୁନ ସାମ୍ନାରେ ପୁରୁଷର ସ୍ବର ଚାପି ହୋଇଯାଇଛି l ଏହିପରି ପାରିବାରିକ କଳହରୁ ବର୍ତ୍ତିଗଲା ସ୍ୱାମୀଙ୍କ ଜୀବନ ଏକ ବଡ ଅଘଟଣରୁ। ଆତ୍ମହୁତି ଖବର ପାଇ ଠିକ ସମୟରେ ସାଲେପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଦେବଦୁତ ପରି ଅଘଟଣକୁ ଏଡାଇ ଦେଇଛନ୍ତି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଧର୍ମାଗତପୁର ଗ୍ରାମରେ । ସ୍ୱାମୀ ସ୍ତ୍ରୀଙ୍କ ପାରିବାରିକ କଳହରୁ ସ୍ୱାମୀ କିରୋସିନୀ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ପାଖରେ ଥିବାରୁ ବଞ୍ଚି ଯାଇଥିଲେ ସ୍ୱାମୀ। କ୍ରୋଧର ଓ ରାଗରେ ବଶବର୍ତ୍ତୀ ହୋଇ ନିଜ ଦେହରେ କିରୋସିନ ଢାଳି ଦିଆସିଲ ମାରୁଥିବା ବେଳେ ସାଲେପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀକୁ ଉଦ୍ଧାର କରିବା ସହ ସ୍ତ୍ରୀକୁ ଥାନାକୁ ଆଣିଥିଲେ ଏବଂ ସ୍ୱାମୀକୁ ମେଡିକାଲ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି। କାହାରି କିଛି ଅଘଟଣ ହେବା ପୂର୍ବରୁ ପୋଲିସ ଓ ଅଗ୍ନିସମ ବାହିନୀ ପହଁଚି ଉଦ୍ଧାର କରିଦେଇଥିଲେ।ପୋଲିସ ଏହି ଘଟଣାର ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।