• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏଣିକି Jioର ଏହି ପ୍ଲାନରେ ମିଳିବ

Spread the love

ଏତିକି ରହିଛି ପ୍ୟାକର ମୂଲ୍ୟ
ଜିଓର ୯୪୯ ଟଙ୍କିଆ ପ୍ୟାକର ବେନିଫିଟ୍ସକୁ ବର୍ତ୍ତମାନ ନୂଆ JioHotstarର କମପ୍ଲିମେଣ୍ଟାରୀ ସବସ୍କ୍ରିପ୍ସନକୁ ସାମିଲ କରିବା ଲାଗି ରିଭାଇଜ କରାଯାଇଛି।
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ବର୍ତ୍ତମାନ ନିଜ ପ୍ରିପେଡ୍ ରିଚାର୍ଜ ପ୍ଲାନ ସହ JioHotstarକୁ Complementary Access Offer କରିବା ଆରମ୍ଭ କରିଛି। JioCinema ଏବଂ Disney + Hotstar କୁ ଏକାଠି କରି ନୂତନ ଷ୍ଟ୍ରିମିଂ ପ୍ଲାଟଫର୍ମ କରାଯାଇଛି।

ଗତ ସପ୍ତାହରେ କମ୍ପାନୀ ଏହାକୁ ଲଞ୍ଚ କରିଥିଲା। ଏହି ଭିନ୍ନ ଭିନ୍ନ ଇଣ୍ଟରନାସନାଲ ଷ୍ଟୁଡିଓ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମର କଣ୍ଟେଣ୍ଟକୁ ହୋଷ୍ଟ କରିବା ବ୍ୟତୀତ, ଦୁଇ ଓଭର-ଦ-ଟପ(ଓଟିଟି) ପ୍ଲାଟଫର୍ମର କଣ୍ଟେଣ୍ଟ ଲାଇବ୍ରେରୀକୁ କମ୍ବାଇଣ୍ଡ କରିଥାଏ।

ୟୁଜର୍ସ କଣ୍ଟେଣ୍ଟ ଦେଖିବା ଲାଗି ମାସିକ କିମ୍ବା ବାର୍ଷିକ ପ୍ଲାନ ସବସ୍କ୍ରାଇବ କରିପାରିବେ। ବର୍ତ୍ତମାନ ଜିଓ ସବସ୍କ୍ରାଇବର୍ସ ଏକ ସ୍ପେସିଫିକ ପ୍ରିପେଡ ରିଚାର୍ଜ ପ୍ଲାନ ଚୟନ କମ୍ପ୍ଲିମେଣ୍ଟାରୀ ଆକ୍ସେସ ପାଇପାରିବେ।ରିଲାଏନ୍ସ ଜିଓରେ ୯୪୯ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନ ବର୍ତ୍ତମାନ ୯୦ ଦିନର ପରିୟଡ ପାଇଁ JioHotstarର ଏକ ad-supported ସବସ୍କ୍ରିପ୍ସନ ଅଫର କରୁଛି।

ପ୍ଲାନର ଭାଲିଡିଟି ୮୪ ଦିନର ଅଟେ ଏବଂ ଅନଲିମିଟେଡ ଭଏସ କଲ୍ସ, ଡେଲି ୧୦୦ ଏସଏମଏସ ଏବଂ ଡେଲି ୨ ଜିବି ହାଇ ସ୍ପିଡ ୫ଜି ଡାଟା ଭଳି ବେନିଫିଟ୍ସ ଅଫର କରିଥାଏ। ଡେଲି ଡାଟା ଆଲାଉନ୍ସ ଶେଷ ହେବା ପରେ ଡାଉନଲୋଡ ସ୍ପିଡ 64kbps ପର୍ଯ୍ୟନ୍ତ କମିଯିବ।

JioHotstar ବ୍ୟତୀତ, ପ୍ରିପେଡ ରିଚାର୍ଜ ପ୍ଲାନ JioCloud ଏବଂ JioTV ଭଳି ଅନ୍ୟ ଜିଓ ଆପ୍ସ ଏକ ଆକ୍ସେସ ମଧ୍ୟ ଅଫର କରିଥାଏ। JioHotstar ର ad-supported ପ୍ଲାନ ମାସିକ ୧୪୯ ଟଙ୍କାରୁ ଆରମ୍ଭ ହୋଇଥାଏ।

ଏହା 720p ରେଜୋଲ୍ୟୁସନରେ ଏକ ମୋବାଇଲ ଡିଭାଇସରେ କଣ୍ଟେଣ୍ଟ ଷ୍ଟ୍ରିମିଂ ଅଫର କରିଥାଏ। ସେହିପରି ଟପ-ଆଣ୍ଡ JioHotstar ପ୍ରିମିୟମ ପ୍ଲାନର ମୂଲ୍ୟ ଗୋଟିଏ ମାସ ପାଇଁ ୨୯୯ ଟଙ୍କା ଏବଂ ଏକ ବର୍ଷ ପାଇଁ ୧,୪୯୯ ଟଙ୍କା।

Leave a Reply

Your email address will not be published. Required fields are marked *