• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମୂଲ ଲାଗିବାକୁ ଯିବା ପାଇଁ ଦରଖାସ୍ତ ଲେଖିଲେ ଶିକ୍ଷକ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଜଣେ ସରକାରୀ ଶିକ୍ଷକ ହେଇ ମୂଲ ଲାଗିବାକୁ ଯିବା ପାଇଁ ଆବେଦନ କରିଥିଲେ ।
ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଶିକ୍ଷକତା ଛାଡି କାହିଁକି ମୂଲ ଲାଗିବାକୁ ଯିବ ? କଣ ହୋଇପାରେ ପ୍ରକୃତ ସତ୍ୟତା ଯାହା ଜାଣିଲେ ଆପଣ ବି ଚମକି ପଡ଼ିବେ। ତେବେ ଖବର ଆରମ୍ଭ କରିବା ଆଗରୁ ଟିକେ ନଜର ପକାନ୍ତୁ ଏହି ଦରଖାସ୍ତ ଉପରେ । ଏ ଦରଖାସ୍ତଟି ହେଉଛି ଶିକ୍ଷକ ଜଣଙ୍କ ଲେଖିଥିବା ସେହି ଦରଖାସ୍ତ ଯାହାକୁ ଲେଖି ସେ ମୂଲ ଖଟିବ ପାଇଁ ଛୁଟି ନେଇଥିଲେ। ତେବେ ସୂଚନା ଅନୁସାରେ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇଛନ୍ତି ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ । ଦରମା ନମିଳିବାରୁ ମଜୁରୀ କରିବାକୁ ଛୁଟି ମାଗିଥିଲେ । ଯାହାର ଖବର ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଆଉ ଖୁସିର କଥା ହେଉଛି ଏହି ଖବର ପ୍ରସାରଣ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଦରମା ମିଳିଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ପ୍ରଭୁଦତ୍ତ ସାହୁ ବୁଧବାର ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଏକ ଛୁଟି ଦରଖାସ୍ତ ଦେଇଥିଲେ। ତେବେ ଉକ୍ତ ଛୁଟି ଦରଖାସ୍ତରେ ଶିକ୍ଷକ ଜଣକ ଯେଉଁ ଉଦ୍ଦେଶ୍ୟରେ ଛୁଟି ମାଗିଥିଲେ ତାକୁ ପଢ଼ି ପ୍ରଧାନଶିକ୍ଷକ ଚକିତ ହୋଇଯାଇଥିଲେ। ଦରଖାସ୍ତରେ ସହକାରୀ ଶିକ୍ଷକ ସାହୁ ଉଲ୍ଲେଖ କରିଛନ୍ତି, ଦୀର୍ଘ ୩ ମାସ ହେଲା ଦରମା ପାଇ ନ ଥିବାରୁ ଆର୍ଥିକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି। ଏଣୁ ସେ ମଜୁରି କରିବାକୁ ଯିବେ। ଏଥିସକାଶେ
୨୦ ତାରିଖ ଗୁରୁବାର ସ୍କୁଲରେ ଉପସ୍ଥିତ ହୋଇପାରିବେ ନାହିଁ ।
ପ୍ରଧାନଶିକ୍ଷକ ଉକ୍ତ ଛୁଟି ଦରଖାସ୍ତ ଗ୍ରହଣ କରିବା ପରେ ଗୁରୁବାର ସେ ଜଣେ ଚାଷୀଙ୍କ କ୍ଷେତରେ ମୂଲ ଲାଗିବାକୁ ଯାଇଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଶୁକ୍ରବାର ସମ୍ପୃକ୍ତ ଶିକ୍ଷକଙ୍କ ସହ ଦରମା ପାଇ ନ ଥିବା ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ବକେୟା ଦରମା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *