• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବାଲିଗୁଡ଼ା ଥାନା ଅଞ୍ଚଳରୁ ବିପୁଳ ପରିମାଣ ଗଞ୍ଜେଇ ଜବତ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳ ମହାସିଂ ଅଞ୍ଚଳରୁ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ। ବିଶେଷ ସୂତ୍ରରୁ ଏସ. ଆଇ. କିଶୋର ଚନ୍ଦ୍ର ପ୍ରଧାନ ଖବର ପାଇବା ପରେ ବାଲିଗୁଡ଼ା IIC ସମ୍ବିତ କୁମାର ସ୍ୱାଇଁ ଅନୁସନ୍ଧାନ ରେ ପହଁଞ୍ଚି ପୂର୍ବାହ୍ନ ୯ ଘଂଟିକା ସମୟରେ କିଛି ଅଜଣା ବ୍ୟକ୍ତି ଚାଲାଣ ଉଧେଶ୍ୟରେ ମାହାସିଙ୍ଗ ପଞ୍ଚାୟତ ଯାକେରି ପଡ଼ା ଜଙ୍ଗଲ ରାସ୍ତା ନିକଟରେ ଅପେକ୍ଷା କରିଥିବା ଦେଖିବାକୁ ପାଇଥିଲେ ,ସେହି ସମୟରେ ପୋଲିସ ଗାଡ଼ି ପହଞ୍ଚିବା ପରେ ଚମ୍ପଟ ମାରିଥିଲେ ଗଞ୍ଜେଇ ଚାଲାଣ କାରି। ସେହି ସ୍ଥାନରୁ ୬୬୦କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ। ଅଞ୍ଚଳରେ ଗଞ୍ଜେଇ ଚାଷୀ ଏବଂ ଚାଲାଣ କାରୀ ଙ୍କୁ ଚେତାବନୀ ଦେବା ସହ ଏହି ଚାଷ କୁ ନ ଆପଣେଇ ଅନ୍ୟ ପ୍ରକାର ଚାଷ ଆପଣାଇ,ରୋଜଗାର କ୍ଷମ ହେବାକୁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *