• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ

Spread the love

ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ନଡ୍ଡା । ୧୧ରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।କିଛି ଦିନ ପୂର୍ବରୁ ଏନେଇ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ସେ କହିଥିଲେ ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ।

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ରାଜ୍ୟରେ ଏହି ଯୋଜନା ଲାଗୁ ପାଇଁ IT ଇଣ୍ଟିଗ୍ରେସନ ଓ କାର୍ଡ ପ୍ରିଣ୍ଟିଂ କାମ ଚାଲିଛି। ଏଥିପାଇଁ ସମୟ ଲାଗୁଛି। ୩୪ତମ ରାଜ୍ୟ ଭାବେ ଓଡିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନା ଲାଗୁ ହେବାକୁ ଯାଉଛି। ଓଡ଼ିଶାର ପ୍ରାୟ ସାଢେ ୩ କୋଟି ଲୋକେ ଏହି କାର୍ଡରେ ସୁବିଧା ପାଇପାରିବେ।ଜେପି ନଡ୍ଡା ଆସନ୍ତା ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ।

ସେ ଅପ୍ରେଲ ୧୧ରେ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିବେ। ଏହା ପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଅପ୍ରେଲ ୧୨ ସନ୍ଧ୍ୟାରେ ଫେରିଯିବେ। ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସୀମା ଭିତରେ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷ ହିଁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ନାଁରେ ରହିବ ଗୋଟିଏ କାର୍ଡ।

Leave a Reply

Your email address will not be published. Required fields are marked *