• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୧୦ ଓ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଆସିଲା ନୂଆ ତଥ୍ୟ

Spread the love

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍‌ ଗୁଡ଼ିକରେ ନୂଆ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ଏହି ନୋଟଗୁଡ଼ିକର ଡିଜାଇନ ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ (ନୂଆ) ସିରିଜ ନୋଟ ସହିତ ସମାନ ରହିବ, କେବଳ ଗଭର୍ନରଙ୍କ ଦସ୍ତଖତରେ ପରିବର୍ତ୍ତନ ହେବ।ଆରବିଆଇ ସ୍ପଷ୍ଟ କରିଛି ଯେ ପୂର୍ବରୁ ଜାରି ହୋଇଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କାର ସମସ୍ତ ନୋଟ ଆଗାମୀ ଦିନରେ ମଧ୍ୟ ଆଇନଗତ ମୁଦ୍ରା ଭାବେ ବୈଧ ରହିବ। ଏହା ଦ୍ୱାରା ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି। ସଞ୍ଜୟ ମଲହୋତ୍ରା ୨୦୨୪ ଡିସେମ୍ବରରେ ଆରବିଆଇର ୨୬ତମ ଗଭର୍ନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଏହି ନୂଆ ନୋଟ ଜାରି ହେବାକୁ ଯାଉଛି।ଏହା ପୂର୍ବରୁ ଆରବିଆଇ ୫୦ ଟଙ୍କା, ୧୦୦ ଟଙ୍କା ଏବଂ ୨୦୦ ଟଙ୍କାର ନୋଟରେ ମଧ୍ୟ ତାଙ୍କ ଦସ୍ତଖତ ସହିତ ଜାରି କରିବାର ଘୋଷଣା କରିସାରିଛି। ଏହି ପଦକ୍ଷେପ ମୁଦ୍ରା ପରିଚାଳନାର ଏକ ନିୟମିତ ପ୍ରକ୍ରିୟା ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ନୂଆ ଗଭର୍ନରଙ୍କ ଦସ୍ତଖତ ସହିତ ନୋଟ ଜାରି କରିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ପରମ୍ପରା ରହିଆସିଛି। ଏହି ନୂଆ ନୋଟ ବଜାରରେ ଆସିବା ପରେ ଲୋକଙ୍କୁ ସଚେତନ ରହିବାକୁ ଏବଂ ପୁରୁଣା ନୋଟକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *