• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ କମିନି ବାଲ୍ୟ

Spread the love

ଗତ ୬ ବର୍ଷ ଭିତରେ ରାଜ୍ୟରେ ୮ ହଜାର ୧୫୯ ଟି ବାଲ୍ୟ ବିବାହ ହୋଇଛି । ୧୩୪୭ ଟି ଅର୍ଥାତ ସର୍ବାଧିକ ବାଲ୍ୟ ବିବାହ ନବରଙ୍ଗପୁରରେ ହୋଇଛି । ଦ୍ୱିତୀୟରେ ଗଞ୍ଜାମରେ ୯୬୬ ବାଲ୍ୟ ବିବାହ।୬୩୬ ଜଣ ବାଲ୍ୟ ବିବାହ କରିଛନ୍ତି କୋରାପୁଟରେ। ଏହା ତୃତୀୟ ସ୍ଥାନରେ ଅଛି। ଏଥିସହ ୬ ବର୍ଷରେ ଉଦ୍ଧାର ହୋଇଛନ୍ତି ୩୨୮ ଜଣ ଶିଶୁ ଶ୍ରମିକ।ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ରାଜ୍ୟର କିଛି ସ୍ଥାନରେ ଏବେ ବି ବାଲ୍ୟବିବାହକୁ ସ୍ବୀକୃତି ମିଳୁଛି । କମ୍ ବୟସର ପିଲାଙ୍କୁ ବିବାହ ଭଳି ଗୁରୁଦାୟିତ୍ବର ବନ୍ଧନରେ ଛନ୍ଦି ଦିଆଯାଉଛି । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି |ଅନ୍ୟପଟେ ବାଲ୍ୟବିବାହରେ ରୋକ ଲଗାଇବାକୁ ବ୍ଲକସ୍ତରରେ, ଅଙ୍ଗନବାଡି ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ରତି ୩ ମାସରେ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି ।

Leave a Reply

Your email address will not be published. Required fields are marked *