• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଓଲିଉଡ ପରେ ଏବେ ବଲିଉଡ୍ କୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ByOdishri Khabar

Jan 3, 2025
Spread the love


ବର୍ତ୍ତମାନ୍ ଶାହରୁଖ ଙ୍କ ଏକ ପୁରୁଣା ଭିଡିଓକୁ ନେଇ ବିବାଦରେ ସେ ବିବାଦର ଘେରକୁ ଆସିଛନ୍ତି । ସୋସିଆଲ ମିଡିଆ ପ୍ଳାଟଫର୍ମ ଇନଷ୍ଟାଗ୍ରାମରେ ଶାହରୁଖଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ମୃଦୁ ପାନୀୟର ବିଜ୍ଞାପନ ଏବଂ ଧୂମପାନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଶାହରୁଖ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି । ତେବେ କିଛି ବର୍ଷ ତଳେ ଏକ ମୃଦୁ ପାନୀୟ ବ୍ରାଣ୍ଡର ବିଜ୍ଞାପନ କରୁଥିଲେ ଶାହରୁଖ। ଯାହାକୁ ନେଇ ତାଙ୍କୁ ଜଣେ ଏହା ଦେହ ପାଇଁ ଭଲ ନୁହେଁ କହିବା ସହ ଏଭଳି ବିଜ୍ଞାପନ କରନ୍ତୁ ନାହିଁ ବୋଲି ଅନୁରୋଧ କରିଥିଲେ । ଯାହା ପରେ ଶାହରୁଖ କହିଥିଲେ ଯଦି ଏହି ପାନୀୟ ଏତେ ଖରାପ ତେବେ ଏହା ଉପରେ ପ୍ରତିବନ୍ଧକ ଲଗାଅ। ଏହାକୁ ଦେଶରେ ବିକ୍ରି ହେବାକୁ ଦିଅ ନାହିଁ। ଯେପରି ସିଗାରେଟ ଦେହ ପାଇଁ ଖରାପ ବୋଲି ଭାବୁଛ, ତେବେ ଏହାର ତିଆରି ଓ ବିକ୍ରି ଭାରତରେ ବନ୍ଦ କରିଦିଅନ୍ତୁ ବୋଲି କହିଥିଲେ । କେବଳ ଏତିକି ନୁହେଁ ସେ ଆହୁରି କହିଥିଲେ ଯେ କୌଣସି ପ୍ରଡକ୍ଟ ହାନିକାରଣ ଜାଣି ମଧ୍ୟ ଏହା ଉପରେ ସରକାର ପ୍ରତିବନ୍ଧକ ଲଗାଉନାହାନ୍ତି । କାରଣ ଏହା ତାଙ୍କୁ ଅଧିକ ଟଙ୍କା ଯୋଗାଉଛି ବୋଲି । ତେଣୁ ଏହା ତାଙ୍କର ରୋଜଗାର ବୋଲି କହିବା ସହ ସେ ନିଜ କାମ କରି ଟଙ୍କା ରୋଜଗାର କରୁଛନ୍ତିବ ଏବଂ ସେଥିରେ ଭୁଲ ନାହିଁ ବୋଲି କହିଥିଲେ । ହେଲେ ବର୍ତ୍ତମାନ୍ ଏହି କଥା କୁ ନେଇ ହୋଇଥିବା ଭିଡିଓ ଏବେ viral ହେବା ସହ ଚର୍ଚ୍ଚା ର ବିଷୟ ପାଲଟି

Leave a Reply

Your email address will not be published. Required fields are marked *