ସେପଟେ ଅଭିଯୋଗକୁ ଭିତ୍ତିହୀନ କହିଲେ କୁଳସଚିବ ||କିଏ କହୁଛି ମିଛ ଆଉ କିଏ କହୁଛି ସତ। ପ୍ରକୃତରେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି ନା କେହି ପ୍ରଭାବଶାଳୀ ବ୍ୟକ୍ତି ଧରା ପଡିଯିବା ଭୟରେ ଦିଗହରା ହୋଇଗଲା ପୋଲିସର ତଦନ୍ତ ପ୍ରକ୍ରିୟା। ଯଦି ଘଟଣାଟି ମିଛ,ପରିବାର ଲୋକେ ନ୍ୟାୟ ପାଇଁ ବିକଳ ହେଉଛନ୍ତି କାହିଁକି। ଅନ୍ୟପଟେ ଯଦି ଅଭିଯୋଗ ଭିତ୍ତିହୀନ,ପରିବାର ଲୋକଙ୍କୁ ଅଭିଯୋଗ ହେବାର ଗୋଟେ ସପ୍ତାହ ପରେ ଆଜି ପିଲା ଚିହ୍ନଟ କରାଇବା ପଛରେ କଣ ରହିଥିଲା କାରଣ ? ଅଭିଯୋଗ ହେବା ପରେ ପୋଲିସ ଯଦି ତତ୍ପରତା ପ୍ରକାଶ କରିଥାନ୍ତା,ହୁଏତ ପରିବାର ଲୋକଙ୍କ ପାଖରେ ଆସ୍ଥାଭାଜନ ହୋଇ ପାରିଥାନ୍ତା। ତେବେ ଶିଶୁ କନ୍ୟାଟି ଏବେ ବି ବଞ୍ଚିଥିବା ପରିବାର ଲୋକେ ଦାବି କରୁଥିବା ବେଳେ ଖୋଦ୍ ଏସସିବିର କୁଳସଚିବ ପ୍ରଶାସନ ସୁବାସ ଚନ୍ଦ୍ର ରାୟ ଅଭିଯୋକାରୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବଡ କଥା ହେଉଛି ମଙ୍ଗଳାବାଗ ପୋଲିସର ଯଦି ତଦନ୍ତ ସଠିକ୍ ଢଙ୍ଗରେ ହୋଇଛି,ତେବେ ଚନ୍ଦ୍ରମା ବେହେରା ଏବଂ ତାଙ୍କ ସମ୍ପର୍କୀୟ ତଦନ୍ତରେ ସନ୍ତୁଷ୍ଟ ନ ହେବା ଏବେ ବି ରହସ୍ୟ ହୋଇ ରହିବା ଭଳି ମନେ ହେଉଛି।