• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କିଏ ହେବ ବିହାରର ମୁଖ୍ୟ ମନ୍ତ୍ରୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"border":1,"transform":2,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଆଗକୁ ଅଛି ବିହାର ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ମେଣ୍ଟରେ ଅଛନ୍ତି। ତେବେ ଏହାରି ଭିତରେ ଆଗାମୀ ନିର୍ବାଚନରେ କିଏ ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ହେବ ଏନେଇ ଭାଜପା ସ୍ପଷ୍ଟ କରିଛି। ବିହାର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁ ନେତା ନୀତିଶ କୁମାରଙ୍କ ନେତୃତ୍ୱରେ ଭାଜପା ପ୍ରସ୍ତାବିତ ବିଧାନସଭା ର୍ନିବାଚନ ଲଢ଼ିବ। ନୀତିଶ କୁମାର ଏନଡିଏର ମୁହଁ ହେବେ। ଭାଜପାର ଶୀର୍ଷ ସୂତ୍ର ଅନୁଯାୟୀ, ବିଧାନସଭା ର୍ନିବାଚନ କେବଳ ନୀତିଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ। ବର୍ତ୍ତମାନ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଚାଲିଛି। ଆଉ ଏବେ ର୍ନିବାଚନ ପୂର୍ବରୁ, ଭାଜପା ନେତୃତ୍ୱ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଦଳ କେବଳ ନୀତିଶ କୁମାରଙ୍କ ନେତୃତ୍ୱରେ ର୍ନିବାଚନ ଲଢ଼ିବ। ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ନୀତିଶ କୁମାର ଆରଜେଡି ସହିତ ସରକାର ଗଠନ କରିଥିଲେ, କିନ୍ତୁ ପରେ ନୀତିଶ କୁମାର ଭାଜପା ସହିତ ହାତ ମିଳାଇଥିଲେ। ଆରଜେଡି ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ଅଛି। କହିରଖୁଛୁ ଯେ, ନୀତିଶ କୁମାରଙ୍କର ପଟ ବଦଳାଇବାର ଇତିହାସ ଅଛି ଏବଂ ଏପର୍ଯ୍ୟନ୍ତ ସେ ଚାରି ଥର ଏପରି କରିସାରିଛନ୍ତି। ଏପରି ପରିସ୍ଥିତିରେ, ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି, ଭାଜପା କୌଣସି ରିସ୍କ ନେବାକୁ ଚାହୁଁନାହିଁ ଏବଂ ର୍ନିବାଚନ ପୂର୍ବରୁ ସ୍ପଷ୍ଟ କରିଦେଇଛି ଯେ ନୀତିଶ କୁମାର ଏନଡିଏର ଚେହେରା ହେବେ। ନୀତିଶ କୁମାର ୨୦୧୩ରେ ଭାଜପା ସହିତ ତାଙ୍କର ୧୭ ବର୍ଷର ମେଣ୍ଟ ଭାଙ୍ଗି ପ୍ରଥମ ଥର ପାଇଁ ପକ୍ଷ ପରିବର୍ତ୍ତନ କରିଥିଲେ। ୨୦୧୫ରେ ସେ ଆରଜେଡି ସହିତ ମେଣ୍ଟ କରି ବିଧାନସଭା ର୍ନିବାଚନ ଲଢ଼ିଥିଲେ। କିନ୍ତୁ, ଆରଜେଡିର ତେଜସୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ୨୦୧୭ରେ ମେଣ୍ଟ ଭାଙ୍ଗି ଭାଜପାକୁ ଫେରି ଆସିଥିଲେ। ସେ ୨୦୧୯ ଲୋକ ସଭା ଏବଂ ୨୦୨୦ ବିଧାନସଭା ର୍ନିବାଚନ ଭାଜପା ସହିତ ଲଢ଼ିଥିଲେ। ୨୦୨୨ ମସିହାରେ ସେ ପୁଣି ଥରେ ଏନଡିଏ ଛାଡି ଆରଜେଡି ସହିତ ହାତ ମିଳାଇଥିଲେ। ଜାନୁଆରୀ ୨୦୨୪ରେ, ସେ ପୁଣି ଥରେ ଆରଜେଡି ଛାଡି ଭାଜପା ସହିତ ରାଜ୍ୟରେ ସରକାର ଗଠନ କରିଥିଲେ।

Leave a Reply

Your email address will not be published. Required fields are marked *