ଲୋୟର ପିଏମଜି ଠାରେ ଗ୍ରାମିଣ ଜଳଯୋଗାଣ କର୍ମଚାରୀ ମହାସଂଘ ର ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକ ମାନଙ୍କ ଦ୍ଵାରା ବିଶାଳ ଗଣଧାରଣା ର ଆୟୋଜନ କରାଯାଇଥିଲା। ସେମାନଙ୍କ ର ମୁଖ୍ୟ ଦାବି ଗୁଡ଼ିକ ହେଲା ବ୍ଲକ ମାଧ୍ୟମରେ କୁଶଳୀ କାରିଗର ର ଦରମା, ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକ ମାନଙ୍କୁ ଜଳ ଜୀବନ ମିଶନ ରେ ନିଯୁକ୍ତି, କାର୍ଯ୍ୟ କରିଥିଵା ସମୟରେ ଦୃଘଟଣା ଜନିତ ମୃତ୍ୟୁ ପାଇଁ ପରିବାର କୁ ୨୦ ଲକ୍ଷ ଟଙ୍କାର ସହାୟତା ଦିଆଯାଉ ଏବଂ ସେହି ପରିବାରର ଏକ ସଦସ୍ୟ ଙ୍କୁ ସେହି ସ୍ଥାନରେ ନିଯୁକ୍ତି, R.W.S.S ବିଭାଗର ଖାଲି ପଦବୀରେ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକ ମାନଙ୍କୁ ନିଯୁକ୍ତି, ଏହିପରି ବହୁତ ଗୁରୁତ୍ବପୁର୍ଣ ଦାବି ଗୁଡ଼ିକ ପୂରଣ କରିବା ଦାବିରେ ଧାରଣା ରେ ବସିଛନ୍ତି।