-ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଅଞ୍ଚଳ ର ଗୌତମପୁର ଗ୍ରାମର ଘରୋଇ ଟି. ଭି ଚ୍ୟାନେଲ ର ସାମ୍ବାଦିକ ସନ୍ତୋଷ ମେହେର ଙ୍କୁ ବାସୁଦେବପୁର ଗ୍ରାମର ବିଜେଡି କର୍ମୀ ଉପେନ୍ଦ୍ର କର୍ଣ୍ଣ ଗୌତମପୁର ଗ୍ରାମର ସହଯୋଗୀ ରସାନନ୍ଦ ମୁଦୁଲି ଙ୍କୁ ଧରି ରାତି 8.15 ମିନିଟ ରେ ଶ୍ରୀ ମେହେର ଙ୍କ ଘରକୁ ଆସି ନାନା ପ୍ରକାର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନ ରେ ମାରିଦେବାକୁ ହତ୍ୟା ଧମକ ଦେଇ ପରିବାର ବର୍ଗଙ୍କୁ ଭୟଭୀତ କରିଥିବା ଦେଖିବାକୁ ମିଳିଛି l ହତ୍ୟା ଧମକ ପାଇବା ପରେ ଭୟଭୀତ ହୋଇ ଶ୍ରୀ ମେହେର କିଆକଟା ଥାନାରେ ଏକ ଅଭିଯୋଗ ଦେଇଥିବା ଦେଖିବାକୁ ମିଳିଛି l ଅଭିଯୋଗ କୁ ଭିତ୍ତି କରି କିଆକଟା ଥାନା ଭାରପ୍ରାପ୍ତ ଅଧିକାରୀ କେଶ ନଂ 008/2025 ଅଣ୍ଡର ସେକସନ 296/351 (2) ଭାରତୀୟ ନ୍ୟାୟ ସଂହିତା ଅନୁଯାଇ କେଶ ରୁଜୁ କରିଥିବା ଦେଖିବାକୁ ମିଳିଛି। ତେବେ ପ୍ରତ୍ୟେକ ଦିନ ଏଭଳି ସାମ୍ବାଦିକ ଙ୍କ ଉପରେ ହେଉଥିବା ଆକ୍ରମଣ କୁ କେବେ ମୋହନ ସରକାର ରୋକ ଲଗାଇବେ ତାହା ଦେଖିବାକୁ ବାକି ରହିଲା