|| କୁଦସାହି ସେବାଆଶ୍ରମ ର ବାର୍ଷିକ ଉତ୍ସବ କଟକ ଜିଲ୍ଲା ବାରଙ୍ଗ ବ୍ଲକ ର ବ୍ରାହ୍ମଣଝରିଲୋ ଅନ୍ତର୍ଗତ କୁଦସାହି ସେବାଆଶ୍ରମ ରେ ବାର୍ଷିକ ଉତ୍ସବ ଗତ କାଲି ବହୁ ଧୂମଧାମ ପାଳିତ ହୋଇଯାଇଛି,ଏହି କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜଳନ୍ନ କରାଯାଇ କାଯ୍ୟକ୍ରମ ଆରମ୍ଭ ହୋଇଥିଲା, ବିଦ୍ୟାଳୟ ତରଫରୁ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗଛ ଓ ଉତ୍ତରିୟ ଦେଇ ସ୍ୱାଗତ କରାଯାଇଥିଲା,ଛାତ୍ର ଛାତ୍ରୀ ଙ୍କ ନାଚ, ଗୀତ,ସଙ୍ଗୀତ ଓ ଅଭିନୟ ର କଳା ସମସ୍ତଙ୍କୁ ଆକୁଷ୍ଟ ଓ ମନମୁଗ୍ଧ କରିଥିଲା,ଆଜିର ଏହି କାଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଥିଲେ ଓଡ଼ିଆ ଭଞ୍ଜ ସାହିତ୍ୟ ବିଶେଷଜ୍ଞ ଡ଼ ମନମୋହନ ଆଚାର୍ଯ୍ୟ,ସନ୍ନମାନନୀୟ ଅତିଥି ସରପଞ୍ଚ କୁରାଙ୍ଗ ଶାସନ ପଂଚାୟତ ଶ୍ରୀମତୀ ରୋହିଣୀ ଭୋଇ,ମୁଖ୍ୟ ଅତିଥି ମାନେ ହେଲେ WEO ବାରଙ୍ଗ ବ୍ଲକ ଶ୍ରୀମତୀ ହରପ୍ରିୟା ସାମଲ,ବିଶିପଦା ସାଧନ କେନ୍ଦ୍ର ସଂଯୋଜୀକା ପରବିନ ସାଲୋନୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ଭୋଇ,ଅନ୍ୟ ମାନଙ୍କ ମଧ୍ୟ୍ୟରେ କୁଦସାହି ସେବାଆଶ୍ରମ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ସ୍ୱାଇଁ,ସହକାରୀ ଶିକ୍ଷୟତ୍ରୀ ପ୍ରିୟଙ୍କା ରାଉତରାୟ,ସହକାରୀ ଶିକ୍ଷୟତ୍ରୀ ସନ୍ଦୀପା ନାୟକ,ଏବଂ ସହକାରୀ ଶିକ୍ଷୟତ୍ରୀ ସୁନିତା ନାୟକ ଉପସ୍ଥିତ ଥିଲେ, ଏହି କାଯ୍ୟକ୍ରମ ରେ ବିଶେଷ ଆକର୍ଷଣ ଥିଲା ଦିବ୍ୟାଙ୍ଗ କଳାକାର ଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଶ୍ରୁତି ମଧୁର ଥିଲା ||