ବୌଦ୍ଧ ରେ ଆରମ୍ଭ ହେଲା ବାଘ ଗଣନା । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ରେ ଆରମ୍ଭ ହୋଇଛି ବାଘ ଗଣନା । କୁଶଙ୍ଗ ବନାଞ୍ଚଳର କୁସଙ୍ଗ, ଶ୍ରୀପାଜୁ, ଶୀତଳପାଣି ୩ ଗୋଟି ଫରେଷ୍ଟ ସେକ୍ସନର ୧୧ଟି ବିଟ୍ ରେ ଯଥା କୁଶଙ୍ଗ, କୁମାରୀ, ଅତଲସରା, ଶୀତଳପାଣି, ସୁନଖଣୀଆ, ମାରଡା, ପଦ୍ମତୋଳା, ନୂଆପଡ଼ା, ଶ୍ରୀପାଜୁ , ହିଞ୍ଜଳ , ନନ୍ଦାଗାଡୁ ଆଦି ରେ ଗଣନା ହେଉଛି। ଗୋଟିଏ ବିଟ ପିଛା ୧୫ଟି ଲେଖାଏଁ PIP ମୋଟ ୧୧ଗୋଟି ବିଟ ରେ ୧୬୫ଟି PIP ରେ ବାଘ ର ପାଦ ଚି଼ହ୍ନ ନମୁନା ସଂଗ୍ରହ ପାଇଁ ନଦୀ କୂଳ , ନାଳ ପଠା, ସମତଳ ସ୍ଥାନରେ ତିଆରି କରାଯାଇଥିଲା । ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା, ଟ୍ରାନଜାକ ଲାଇନ ପ୍ରାୟ ୨କିଲୋମିଟର, ପ୍ରତି ୪ଶହ ମିଟର ରେ ଗୋଟିଏ ପଏଣ୍ଟ, PIP ନିର୍ମିତ ହୋଇଛି l ବାଘ ଗଣନା ରେ ୩୩ ଜଣ ବନ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି । ଗୋଟିଏ ଟିମ୍ ରେ ତିନି ଜଣ ଲେଖାଏଁ ବନ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିବା ଜଣା ପଡିଛି । ବାଘ ଗଣନା ରେ ବାଘ ର ପାଦ ଚିହ୍ନ, ସହିତ ମଳ, ପରିସ୍ରା, ଗଛ ରାମ୍ପୁଡା, ନମୁନା ସଂଗ୍ରହ ହୋଇଛି। ଅନ୍ୟପଟେ ମାଂସାସି ପ୍ରାଣୀ ମଧ୍ୟ ଗଣନା ହେଉଛି । ଯଥା ବିଲୁପ୍ତ ମାଂସାସୀ ପ୍ରାଣୀ କଲରା ପତରିଆ ଓ ମହାବଳ ବାଘ, ହେଟା ବାଘ, ବିଲୁଆ, କୋକି ଶିଆଳି, ଭାଲୁ, ଜଙ୍ଗଲ ବିରାଡ଼ି, ଓଧ, ମେଘା ହରିଣ, ହାତୀ ଓ ଗୟଳ ସାମିଲ ଥିବା ବେଳେ ଏହାର ଗଣନା ଚାଲିଛି l