ଜୟପୁର ଗ୍ରାମରୁ ଶତାଧିକ ମହିଳା ରାଇରଙ୍ଗପୁର କୁ ଆସି ପୋଲିସ ଅଫିସର ଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବାବନଘାଟୀ ଉପଖଣ୍ଡ ରାଇରଙ୍ଗପୁର କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ଗାଁ ରେ ମାଳ ମାଳ ଭାଟି ରୁ ନକଲି ମଦ ଦେଶୀ ଓ ବିଦେଶୀ ତିଆରି ଚାଲିଛି। ବାରମ୍ବାର ପୋଲିସ୍ ପ୍ରଶାସନ ଓ ଅବକାରୀ ଥାନା କୁ ଲିଖିତ ଅଭିଯୋଗ ଦେଲା ପରେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଜୟପୁର ଗାଁ ର ସମସ୍ତ ବୟସ୍କ ଓ ଲୋକ ଟକା ପର୍ଯ୍ୟନ୍ତ ମଦ ନିଶାରେ ରହୁଛନ୍ତି। ମଦ ପିଇବାକୁ ଟଙ୍କା ନ ପାଇଲେ ଘରେ ଥିବା ଜିନିଷ ପତ୍ର ବିକ୍ରି କରି ମଦ ପିଉଛନ୍ତି। ଏସବୁ କୁ ବିରୋଧ କଲେ ମହିଳା ମାନଙ୍କ ସହ ମାର ପିଟ କରୁଛନ୍ତି। ସମସ୍ତ ଲୋକ ଙ୍କ ଘରେ ନୀତି ଦିନ କଳି ଝଗଡ଼ା ଲାଗି ରହୁଛି। ଆଜି ଏବାବଦରେ ଜୟପୁର ଗାଁ ର ସମସ୍ତ ମହିଳା ଆସି ରାଇରଙ୍ଗପୁର ଉପଖଣ୍ଡ ର ଟାଉନ୍ ଥାନାର ଏସଡିପିଓ ଗୋକୁଳା ନନ୍ଦ ସାହୁ କୁ ଏକ ଲିଖିତ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ ରେ ମହିଳା ମାନେ ଜୟପୁର ଗାଁ କୁ ନିଶା ମୁକ୍ତ ଓ ମଦ ବିକ୍ରୀ ବନ୍ଦ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ରାଇରଙ୍ଗପୁର ପୋଲିସ ଏସଡିପିଅ , ଅବକାରୀ ଜିଲ୍ଲାପାଳ ଏହାର ତଦନ୍ତ ନକଲେ ଗ୍ରାମବାସୀ ଅଫିସ ଘେରାଉ କରିବେ ବଲି ଚେତାବନୀ ଦେଇଛନ୍ତି। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଜିଲ୍ଲା ସାମ୍ବାଦିକ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ