• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଖଲ୍ଲିକୋଟ NAC ରେ ନୂତନ ନିର୍ବାହୀ ଅଧିକାରୀ

ByOdishri Khabar

Jul 20, 2025
Spread the love

ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ସନ୍ଦୀପ ଖାଡ଼ଙ୍ଗା ଓ ଏ ଏସ ଯୋଗ ଦେଇଥିବା ଜଣାପଡିଛି |ଶ୍ରୀ ଖାଡ଼ଙ୍ଗା କେନ୍ଦ୍ରାପଡା ଜିଲ୍ଲା ରାଜନଗର ତହସିଲ ର ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ |ଏଠାରେ ଉଲ୍ଲେଖଯୋଗ୍ୟ ରେ ଦୀର୍ଘ ଦିନ ହେଲା ଖଲ୍ଲିକୋଟ ଏନ ଏ ସି ରେ କୌଣସି ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବା ଯୋଗୁଁ ସ୍ଥାନୀୟ ତହସିଲଦାର ଡ଼ି ମାଲେସୁ ପାତ୍ର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ |ଫଳରେ ଗତ ଏକ ବର୍ଷ ହେଲା ବିକାଶ କାର୍ଯ୍ୟ ଆଗେଇ ପାରୁନଥିଲା |ବର୍ତମାନ ଜଣେ ଯୁବ ନିର୍ବାହୀ ଅଧିକାରୀ ଖଲ୍ଲିକୋଟ ଏନ ଏ ସି ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଏନ ଏ ସି ର ବିକାଶ ତ୍ୱରାନ୍ୱିତ ହେବ ବୋଲି ସହର ବାସୀ ଆଶା ପ୍ରକଟ କରିଛନ୍ତି |
ଗଞ୍ଜାମ ଖଲ୍ଲିକୋଟ

Leave a Reply

Your email address will not be published. Required fields are marked *