ଗାଁ କୁ ଯିବା ପାଇଁ ଭଲ ରାସ୍ତା ଓ ନାଳ ପାରିହୋଇ ଗାଁ ରେ ପହଂଚିବା କୁ ପୋଲ ଟି ଏ ନାହିଁ l
ଏମିତି ଗୋଟିଏ ଗାଁ ସେଠାରେ ପ୍ରାୟ ୪୦ ପରିବାର ବସବାସ କରନ୍ତି। ନାଳ ଉପରେ କାଠ ପୋଲ ସାଜିଛି ଘର ବାହୁଡା଼ ବା କାର୍ଯ୍ୟ କ୍ଷେତ୍ର କୁ ଯିବା ରାସ୍ତା
ନା ଅଛି ଭଲ ରାସ୍ତା ଟିଏ
ଆମେ କହୁଅଛୁ… ଦେବଗଡ ଜିଲ୍ଲା ଡିମ୍ବିରି ପୋସି – (କୋଟେଇ ସାହି) ଭିମ୍ ଗଜଂ
, ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ପଂଚାୟତ ର ଗ୍ରାମ(କଟେଇ ସାହି ) ଭୀମ ଗଜ ର କଥା l
ପ୍ରାୟ ୫ ବର୍ଷ ହେଲା ଗ୍ରାମ ବାସୀ ନାଇଁ ନଥିଲା ଅସୁବିଧା ଭୋଗୁଛନ୍ତି। ଗାଁ କୁ ଯିବା ପାଇଁ ହେଲେ ପୋଲ ଉପରେ ଦେଇ ଯିବାକୁ ପଡିଥାଏ… କିନ୍ତୁ ପରିତାପ ର ବିଷୟ ହେଲା ଯେ ଦିର୍ଘ ୫ ବର୍ଷ ହେଲା
ଗାଁ କୁ ଯିବା ପୋଲ ଟି ଅଛି କିନ୍ତୁ ତାହା ଉପଯୋଗୀ ନୁହଁ। ଗ୍ରାମ ବାସୀ ଙ୍କ କହିବା କଥା ଅନୁଯାୟୀ ରାଜ୍ଯ ସରକାର ଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ… ପ୍ରସାଶନିକ ଅଧିକାରୀ ଜିଲ୍ଲା ପାଳ
ପ୍ରାୟ ସମସ୍ତ ଙ୍କୁ ଗୁହାରି ଯଣାଇ ନିରାଶ ହେବା ଛଡା ଆଉ କିଛି ବାଟ ନାହିଁ। ଗାଁ ଲୋକ ନିରାଶ ହେଇ ଶେଷ ରେ ପୋଲ ର ଆରମ୍ଭ ରୁ ପ୍ରାୟ ୧୫ ଫୁଟ୍ ଏବଂ ପୁଲ ର ଶେଷ ଆଡକୁ ପ୍ରାୟ ୧୫ ଫୁଟ୍ ର କାଠ ପୋଲ ନିର୍ମାଣ କରିଅଛନ୍ତି।
ପ୍ରାୟ ୫ ବର୍ଷ ହେବ ପୋଲ ଟି ଏପଯ୍ୟନ୍ତ ସପୂର୍ଣ୍ଣ ନିର୍ମାଣ ହେଇପାରୁ ନାହିଁ। ଗ୍ରାମକୁ ଯିବା ବେଳେ ଏକ ନାଳ ପଡ଼ୁଥିବାରୁ ନାଳ ପାର ହୋଇ ଯିବା ପାଇଁ ପୋଲଟିଏ ସପୂର୍ଣ୍ଣ ନିର୍ମାଣ ହୋଇ ପାରି ନାହିଁ।
ରାସ୍ତା କଥା ନ କହିବା ଭଲ ହେବ।
ସ୍ବାଧୀନତା ୭୮ ବରଷ ପରେ ମଧ୍ଯ ଗାଁ ଅବସ୍ଥା ଏମିତି… ଏଠାରେ ୧୫୦ ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏମାନଙ୍କ ମୁଖ୍ୟ ସମସ୍ୟା ହେଉଛି ପୋଲ ଟି ସପୂର୍ଣ୍ଣ ନିର୍ମାଣଏବଂ ରାସ୍ତା। ଏହି ଗ୍ରାମକୁ ଯିବା ପାଇଁ ୨ କିଲୋମିଟର ମାଟି ରାସ୍ତା ରେ ଯିବାକୁ ପଡିଥାଏ।
ଆଜି ପର୍ଯ୍ୟନ୍ତ ନା ସପୂର୍ଣ୍ଣ ପୋଲ ଟେ ନା ରାସ୍ତା ଟେ ନିର୍ମାଣ ହେଇ ପାରିଲା….? ନିର୍ବାଚନ ସମୟରେ ଅନେକ ରାଜନେତା ଏହି ଗ୍ରାମକୁ ଯାଇ ବିକାଶର କଥା କହୁଥିବା ବେଳେ ସେସବୁ ଏବେ ପାଣିର ଗାର ସଦୃଶ ହୋଇଛି। ଏହି ଗ୍ରାମରେ କିଛି ଅଘଟଣ ଘଟିଲେ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରାଯାଇଥାଏ ବୋଲି ଗ୍ରାମବାସୀମାନେ କହିଛନ୍ତି। ଗାଁକୁ ସପୂର୍ଣ୍ଣ ପୋଲ ଏବଂ ରାସ୍ତା ନଥିବାରୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ପୁଲିସ ଗାଡ଼ି ଗ୍ରାମରେ ପହଞ୍ଚିପାରେ ନାହିଁ। ଦୁଖିର କଥା ହେଲା ଛୋଟ ଛୋଟ ଶିଶୁ ମାନେ ବିଦ୍ଯାଳୟ କୁ ଏହି କାଠ ପୋଲ ଉପରେ ଦେଇ ପଢିବା ପାଇଁ ଯା ଆସ କରୁଅଛନ୍ତି। ରୋଗି କିମ୍ବା ଗର୍ବବତୀ ମାତା ମାନ ଙ୍କୁ ଗ୍ରାମବାସୀ ବୁହା ହେଇ ଆଣୁ ଅଛନ୍ତି। ବାଧ୍ଯକ୍ୟଭତା ପାଇଁ
ବୁଢ଼ା ବୁଢୀ ମାନେ… ମରଣ କୁ ବରଣ କରି ଏହି କାଠ ପୋଲ ଉପରେ ଯାତ୍ରା କରୁଅଛନ୍ତି। ଏହି ପରିସ୍ଥିତି ରେ ଏ ମାଟି ମା ପୁଅ ଅର୍ଣ୍ଣବ ପଣ୍ଡା ତାଙ୍କ ପାଖରେ ପହଂଚି ପ୍ରତିଶୃତି ଦେଇଛି ଓ ରାଜ୍ଯ ସରକାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପାଳ ଯାଏଁ ସମସ୍ତ ଙ୍କୁ ଅବଗତ କରାଇ ଥିବାର ସେ କହି ଛନ୍ତି । ଯଥା ଶିଘ୍ର ଏହାର ସମାଧାନ ହେଉ ନ ହେଲେ ଅନ୍ୟଥା ଆଗାମୀ ଦିନ ରେ ଏହା ଆମେ ସମସ୍ତେ ମିଶି ଦୃଢ଼ ପ୍ରତିବାଦ କରିବା ବୋଲି ପ୍ରତିଶୃତି ଦେଇଛନ୍ତି