• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗୁଳି ମାଡ ରେ ଶାଳା ଭେଣେଇ ଗୁରୁତର

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡ ରେ ଶାଳା ଭେଣେଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ (୨୮) ଏବଂ ବିଷ୍ଣୁ ଚରଣ ନାଏକ ୪୦ । ସୂଚନା ଯେ, ଅନୁଗୋଳ ସହରରୁ ଏକ ଅଟୋ ଯୋଗେ ବିଷ୍ଣୁ ଚରଣ ନାଏକ ଏବଂ ଶିବରାମ ନାଏକ ଘରକୁ ଫେରୁଥିବା ବେଳେ କହ୍ନେଇ ନଗର ବନଦୂର୍ଗା ନିକଟରେ ଦୁଇ ବାଇକ୍ ରେ ପାଞ୍ଚ ଜଣ ଆସି ଅଟୋ କୁ ଅଟକାଇ ଏକ ବନ୍ଧୁକ ବାହାର କରି ଗୁଳି ମାଡ କରି ଚାଲିଥିଲେ। ଯାହା ଫଳରେ ଶିବରାମ ନାଏକ ଏବଂ ବିଷ୍ଣୁ ଚରଣ ନାଏକ ଗୁରୁତର ହୋଇ ଯାଇଥିଲେ। ବିଷ୍ଣୁ ଙ୍କର ଦୁଇ ଜଙ୍ଗ ରେ ଚାରିଟି ଏବଂ ପେଟ ରେ ଗୋଟେ ଗୁଳି ମାଡ ହୋଇଥିବା ବେଳେ ଶିବରାମ ପେଟ ରେ ଗୋଟେ ଗୁଳି ବାଜିଛି। ବିଷ୍ଣୁ ଙ୍କର କହିବା କଥା ଯେ, ପୂର୍ବ ଶତ୍ରୁତା ରୁ ଆମକୁ ଗୁଳି ମାରିଛନ୍ତି। ଦୁହେଁ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହେଁ ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ପଟେ ଖବର ପାଇ ବନ୍ତଳା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *