• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଘରେ ଲଗାନ୍ତୁ ଘିକୁଆଁରୀ ଗଛ ମିଳିବ ପ୍ରମୋସନ୍‌

Spread the love

ପ୍ରାପ୍ତି ହେବ ଧନ ସୌନ୍ଦର୍ଯ୍ୟତା ବୃଦ୍ଧି କରିବା ସହ ବାସ୍ତୁ ସଙ୍କଟ ଦୁର କରିବ ଘିକୁଆଁରୀ । ଏହି ଦିଗରେ ଲଗାନ୍ତୁ ।ହିନ୍ଦୁ ଶାସ୍ତ୍ର ମୁତାବକ କିଛି ଚାରା କିମ୍ବା ଛୋଟ କିସମର ଗଛକୁ ଘରେ ଲଗାଇଲେ ଆମ ଜୀବନରେ ସକରାତ୍ମକ ପ୍ରଭାବ ପକାଇ ଥାଏ । ଏହାକୁ ଦୃଷ୍ଟିରେ ରଖି ଅନେକ ଲୋକଙ୍କ ଆପଣ ଘରେ ଘିକୁଆଁରୀ ବା ଆଲୋଭେରା(Aloe Vera Plant) ଗଛ ଲଗାଇ ଥିବା ଦେଖିଥିବେ ।ଅଧିକାଂଶ ଲୋକେ ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ଏହାର ବ୍ୟବହାର କରିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଦୈନନ୍ଦିନ ଜୀବନରେ ବି ଏହାର ପ୍ରଭାବ ରହିଥାଏ । ଘିକୁଆଁରୀ ଗଛ ଲଗାଇବା ଦ୍ୱାରା ଭାଗ୍ୟ ବଦଳି ଯାଇଥାଏ । ଏହାଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯାଏ ।ଘିକୁଆଁରୀରେ ଅନେକ ଔଷଧୀୟ ଗୁଣ ରହିଛି । ତା ସହିତ ଏଥିରେ କିଛି ବାସ୍ତୁ ଉପାୟ ମଧ୍ୟ ରହିଛି । ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଏହା ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରିଥାଏ ।ଯଦି ଆପଣଙ୍କ ଚାକିରି ଜୀବନରେ କିଛି ସମସ୍ୟା ରହିଛି, ବା ଆପଣଙ୍କ ପ୍ରମୋସନ ଅଟକି ରହିଛି, ତେବେ ଆପଣ ନିଶ୍ଚେ ଆପଣଙ୍କ ଘରେ ଘିକୁଆଁରୀ ଗଛ ଲଗାଇବା ଆବଶ୍ୟକ । ଏହାଦ୍ୱାରା ପରିବାରରେ ମଧ୍ୟ ସୁଖ ସମୃଦ୍ଦି ବୃଦ୍ଧି ପାଇଥାଏ । ଏହାକୁ ପଶ୍ଚିମ ଦିଗରେ ଲଗାଇବା ଦ୍ୱାରା ଶୁଭ ହୁଏ ବୋଲି ମାନ୍ୟତା ରହିଛି ।ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ଏହାକୁ ଦୂର କରିଥାଏ ଘିକୁଆଁରୀ । ତୁରନ୍ତ ଘରେ ଘିକୁଆଁରୀ ଗଛକୁ ପୂର୍ବ ଦିଗରେ ଲଗାଇ ଦିଅନ୍ତୁ । ଏଭଳି କରିବା ଦ୍ବାରା ସ୍ବାମୀ ସ୍ତ୍ରୀ ମଧ୍ୟ ପ୍ରେମ ବୃଦ୍ଧି ପାଇଥାଏ । କଳହ ମଧ୍ୟ ହ୍ରାସ ପାଇଥାଏ ।ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଆପଣଙ୍କ ବଗିଚାରେ କିମ୍ବା ବାଲକୋନିରେ ଘିକୁଆଁରୀ ଗଛ ଲଗାଇ ଦିଅନ୍ତୁ । ଏହାଦ୍ବାରା ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ ।ଘିକୁଆଁରୀ ଗଛ ଲଗାଇବା ଦ୍ବାରା ଆର୍ଥିକ, ମାନସିକ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏହାକୁ ସଠିକ ଦିଗରେ ଲଗାଇବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *